ଭୁବନେଶ୍ୱର: ଆମ ସରକାର ସମ୍ବେଦନଶୀଳ ସରକାର । ଗରିବ ଲୋକଙ୍କ ସରକାର । ଯାହା ଅଭିଯୋଗ ଆସିବ ଲୋକଙ୍କ ସରକାର ତାକୁ ତୁରନ୍ତ ସମାଧାନ କରିବେ । ତେଣୁ ଶ୍ରମିକମାନଙ୍କ ପ୍ରତି ମଧ୍ୟ ସମ୍ବେଦନଶୀଳ ଅଟନ୍ତି । ସଂଗଠିତ ଓ ଅଣସଂଗଠିତ ଶ୍ରମିକଙ୍କ ଆଇନଗତ ଅଧିକାର, ସାମାଜିକ ସୁରକ୍ଷା ଯତ୍ନବାନ ସହିତ ସାହାଯ୍ୟ ସୁରକ୍ଷା ପ୍ରଦାନ କରାଯିବ ବୋଲି ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୫ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ କହିଛନ୍ତି ଶ୍ରମିକ ଦିବସର ମହତ୍ୱ ସମ୍ପର୍କରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଦଶନ୍ଧି ଦଶନ୍ଧି ଧରି ଦେଶର ପ୍ରଗତି ଚକକୁ ଶ୍ରମିକମାନେ ଚଳାଇ ଆସୁଛନ୍ତି ଓ ବିକାଶରେ ନିଜର ଯୋଗଦାନ ନିରବଚ୍ଛିନ୍ନ ଭାବେ ଦେଇ ଆସୁଛନ୍ତି । ଶ୍ରମିକଙ୍କୁ ଉଚିତ ପ୍ରାପ୍ୟ ଦେବାକୁ ଅନ୍ତର୍ଜାତୀୟ ପ୍ରାପ୍ୟ ଦେବାକୁ ଶ୍ରମିକ ଦିବସ ପାଳନ କରାଯାଇଥାଏ । ସଂଗଠିତ ଓ ଅଣସଂଗଠିତ ଶ୍ରମିକଙ୍କ ଆଇନଗତ ଅଧିକାର, ସାମାଜିକ ସୁରକ୍ଷା ଯତ୍ନବାନ ସହିତ ସାହାଯ୍ୟ ସୁରକ୍ଷା ପ୍ରଦାନ କରାଯିବ । ଶ୍ରମିକଙ୍କୁ ତ୍ୱରିତ ନ୍ୟାୟ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ।
ଲୋକଙ୍କ ସରକାର ଯାହା କହିଛନ୍ତି, ତାହା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଧାନର ଏମଏସପି ବୃଦ୍ଧି, ସୁଭଦ୍ରା ଯୋଜନା ଲାଗୁ କରିବା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି । ସେଥିପାଇଁ ଏହା ଲୋକଙ୍କ ସରକାର ବୋଲି କହିଛନ୍ତି ଶ୍ରୀଯୁକ୍ତ ମାଝୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ସରକାର କ୍ଷମତାକୁ ଆସିଲା ପରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କୁ ନୂତନ ଭାବେ ପଞ୍ଜୀକୃତ କରିବା ସହିତ ୩୭୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଆଜି ଶ୍ରମିକ ଦିବସ ଅବସରରେ ସାରା ରାଜ୍ୟରେ ଏକକାଳୀନ ପାଖାପାଖି ୩ ହଜାର ଯୋଗ୍ୟ ନିର୍ମାଣ ଶ୍ରମିକମାନଙ୍କୁ ନୂତନ ଭାବେ ପରିଚୟପତ୍ର ପ୍ରଦାନ କରିବା ସହିତ ଯୋଗ୍ୟ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ବାବଦରେ ୪୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ କରାଯାଇଅଛି, ଯାହାକି ଆମ ସରକାରର କାର୍ଯ୍ୟଦକ୍ଷତାର ଏକ ବଳିଷ୍ଠ ଉଦାହରଣ ଅଟେ । ଶ୍ରମିକଙ୍କ ସର୍ବାଙ୍ଗୀନ କଲ୍ୟାଣ ପାଇଁ ପ୍ରତିବଦ୍ଧ ରାଜ୍ୟ ସରକାର ।
ଏହି ଅବସରରେ ସହାୟତା ରାଶି ବଣ୍ଟନ କରିବା ସହିତ “ଓଡ଼ିଶା ଶ୍ରମିକ ସାଥୀ” ମୋବାଇଲ୍ ଆପ୍ ଲୋକାର୍ପଣ କରିଛନ୍ତି । ଶ୍ରମିକମାନଙ୍କ ସୁବିଧା ପାଇଁ ଏହି ଆପ୍ ଜାରି କରାଯାଇଛି । ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ଲୋକାର୍ପଣ କରାଯିବା ସହ ବିଭିନ୍ନ କଲ୍ୟାଣ ବୋର୍ଡ଼ର ଶୁଭାରମ୍ଭ ହୋଇଛି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।