ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଲାଞ୍ଚ ନେଇ ଭିଜିଲାନ୍ସ ଜାଲ ଧରାପଡ଼ିଲେ ଅମିନ ଶିଶିର କୁମାର ନାଏକ। ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ଏହା ପରେ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି କରାଯାଇଥିଲା।
ସୂଚନା ଅନୁସାରେ, ଆଜି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ତହସିଲ କାର୍ଯ୍ୟାଳୟର ଅମିନ ଶିଶିର କୁମାର ନାଏକ ଜମି ପଟ୍ଟାର ନକ୍ସା ତିଆରି ପାଇଁ ଜଣେ ହିତାଧିକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ରାଉରକେଲା ଭିଜିଲାନ୍ସ ପକ୍ଷରୁ ପୂର୍ବ ପ୍ରସ୍ତୁତ ଯୋଜନା ମୁତାବକ ଚଢ଼ାଉ କରାଯାଇଥିଲା। ଅମିନ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଚଢ଼ାଉ କରି ତାଙ୍କୁ ଧରିଥିଲା। ଏହା ପରେ ଉକ୍ତ ଟଙ୍କାକୁ ମଧ୍ୟ ଜବତ କରାଯାଇଥିଲା । ଭିଜିଲାନ୍ସ ପକ୍ଷରୁ ଅମିନଙ୍କ ବାସଭବନ ଓ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରାଯାଇଥିଲା।
ଅଧିକ ପଢ଼ନ୍ତୁ : କର୍ମକ୍ଷେତ୍ରକୁ ନିଶା ସେବନ କରି ଆସିବା ପଡ଼ିଲା ମହଙ୍ଗା, ବୁର୍ଲା ଭିସୁଟ୍ ସହଯୋଗୀ ପ୍ରଫେସର୍ ନିଲମ୍ବିତ