ପୁରୀ : ଆସନ୍ତା ଫେବୃଆରୀ ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ସେବାୟତ ପ୍ରୀମିୟର ଲିଗ୍ କ୍ରିକେଟ ,ଶ୍ରୀମନ୍ଦିର ଟ୍ରଫି । ଏଥିରେ ୧୪ ଟି ଟିମ୍ ହୋଇ ଭାଗନେବେ ଯେଉଁଥିରେ ୨୨୪ ଜଣ ଶ୍ରୀମନ୍ଦିର ସେବାୟତ ।
ଗୁରୁବାର ପ୍ରେସ ମିଟ ମାଧ୍ୟମରେ ଟ୍ରଫି ଉନ୍ମୋଚନ ହୋଇଛି । ଛତିଶା ନିଯୋଗ ମଧ୍ୟରୁ ୧୪ ନିଯୋଗ ଏହି ଲିଗ୍ ରେ ଭାଗ ନେଉଥିବା ବେଳେ ସ୍ଵତନ୍ତ୍ର ଜର୍ସି ହୋଇଛି ।
ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏହାର ଆୟୋଜନ ଦାୟିତ୍ଵ ନେଉଥିବା ବେଳେ ଚାମ୍ପିଅନ ଟିମ୍ ପାଇଁ ୨୦ ହଜାର,ରନର୍ସ ଅପ୍ ପାଇଁ ୧୫ ହଜାର,ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ୧୦ ହଜାର ଓ ୫ ହଜାର କ୍ୟାସ ପ୍ରାଇଜ୍ ରଖାଯାଇଛି । ୮ ଦିନ ବିଶିଷ୍ଟ ଏହି ଲିଗ୍ ଟି ଦିବାରାତ୍ର ବିଶିଷ୍ଟ ହେବ । ପୁରୀର ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ୍ ରେ ଟେନିସ ବଲ୍ ଫର୍ମାଟ ରେ ହେବ । ପ୍ରତ୍ୟେକ ଲିଗ୍ ମ୍ୟାଚ୍ ୧୫ ଓଭର୍ ବିଶିଷ୍ଟ ହେବ ତେବେ ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ ୨୦ ଓଭର ବିଶିଷ୍ଟ ହେବ ।