ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି । ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ଅଭିଭାଷଣ ରଖିଛନ୍ତି । ଏହା ପରେ ଆସନ୍ତାକାଲି ପୂର୍ବାହ୍ନ ସାଢେ ୧୦ଟା ଯାଏ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ମନମୋହନ ସିଂହ ଏବଂ ପୂର୍ବତନ ବିଧାୟକ ସ୍ଵର୍ଗତ ବିଜୟ ମହାନ୍ତି, ପୂର୍ବତନ ବିଧାୟକ ସ୍ଵର୍ଗତ ସଦନ ନାଏକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆଗତ କରିଥିବା ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ବିଜେଡ଼ି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କଡ଼ାମ ଏବଂ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା । ଶୋକ ପ୍ରସ୍ତାବ ଆଗତ ପରେ ଆସନ୍ତାକାଲି ୧୦ଟା ୩୦ ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ଅଧିକ ପଢ଼ନ୍ତୁ- ସନାଙ୍କୁ ନବୀନଙ୍କ ତେରଛା ବାଣ, ବୈଠକକୁ ଆସିଲେନି; ବିଜେପି ଆଡେ ମୁହାଁଉଛନ୍ତି