ଅଯୋଧ୍ୟା: ଅଯୋଧ୍ୟା ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ବତନ୍ତ୍ର ରୀତିନୀତିରେ ସରଜୁ ନଦୀରେ ତାଙ୍କୁ ଜଳ ସମାଧି ଦିଆଯାଇଛି।
ଅଯୋଧ୍ୟାରେ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପାର୍ଥିବ ଶରୀରକୁ ବିଶାଳ ଶୋଭାଯାତ୍ରାରେ ନିଆଯାଇଥିଲା । ନଗର ପରିକ୍ରମା କରିବା ପରେ ତାଙ୍କୁ ଜଳ ସମାଧୀ ଦିଆଯାଇଛି । ଦେଶର ବିଭିନ୍ନ କୋଣ ଅନୁକୋଣରୁ ଅନୁଗାମୀ ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି ।
ଲକ୍ଷ୍ନୋର ପିଜିଆଇ ହସ୍ପିଟାଲରେ ୮୫ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । 'ବ୍ରେନ୍ ଷ୍ଟ୍ରୋକ୍' କାରଣରୁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଫେବ୍ରୁଆରି ୩ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରାମ ମନ୍ଦିର ସେବାରେ ସେ ୩୦ ବର୍ଷ ବିତାଇଛନ୍ତି । ମାତ୍ର ୨୦ ବର୍ଷ ବୟସରେ ଆଧ୍ୟତ୍ମିକାତାର ମାର୍ଗକୁ ବାଛି ନିର୍ବାଣୀ ଆଖଡାର ସଦସ୍ୟ ହୋଇଥିଲେ । ବାବ୍ରି ମସଜିଦ ଭାଙ୍ଗିବା ପୂର୍ବରୁ ୧୯୯୨ରେ ରାମ ମନ୍ଦିର ମୁଖ୍ୟ ପୂଜକ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା ।