ନୂଆଦିଲ୍ଲୀ: ଲୋକସଭା ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଜି ଗୃହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ବିଲ ଉପସ୍ଥାପନ କରିବା ପରେ ମୁଲତବୀ ଘୋଷଣା କରାଯାଇଛି । ସେପଟେ ୱାକର୍ଫ ବୋର୍ଡ ବିଲକୁ ନେଇ ଗଠିତ ହୋଇଥିବା ଜେପିସି ତରଫରୁ ଅଧ୍ୟକ୍ଷ ଜଗଦମ୍ବିକା ପାଲ ଲୋକସଭାରେ କମିଟି ରିପୋର୍ଟ ମଧ୍ୟ ଉପସ୍ଥାପନ କରିଥିଲେ । ହେଲେ ଏହି କମିଟି ରିପୋର୍ଟକୁ କଂଗ୍ରେସ ସହ ସମସ୍ତ ବିରୋଧୀ ଦଳ ବିରୋଧ କରିବା ସହ ଗୃହରେ ହୋହାଲ୍ଲା କରିଥିଲେ ।
ବିରୋଧୀ ଏହି ରିପୋର୍ଟ ଉପରେ ମତ ରଖି କହିଥିଲା କି, କମିଟିରେ ଥିବା ବିରୋଧୀଦଳର ସାଂସଦମାନେ ବୋର୍ଡକୁ ନେଇ ଯେଉଁ ପରାମର୍ଶ ଦେଇଥିଲେ ତାହା ରିପୋର୍ଟରେ ସ୍ଥାନ ଦିଆଯାଇନାହିଁ । ତେଣୁ ଏହି ରିପୋର୍ଟକୁ ପୁଣି ଥରେ କମିଟି ନିକଟକୁ ଫେରାଇ ଦିଆଯାଉ ।
ୱାକଫ (ସଂଶୋଧନ) ବିଲ୍ ଉପରେ ମିଳିତ ସଂସଦୀୟ କମିଟି (ଜେପିସି) ରିପୋର୍ଟକୁ ବିରୋଧୀ ଦଳ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ସରକାରଙ୍କୁ ସଂସଦୀୟ ପ୍ରକ୍ରିୟା ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି। କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି, "୬୫୫ ପୃଷ୍ଠାର ରିପୋର୍ଟ ପଢିବା ପାଇଁ ଆମକୁ କେବଳ ଗୋଟିଏ ରାତି ଦିଆଯାଇଥିଲା । ଆମର ଆପତ୍ତି ଉପସ୍ଥାପନ କରିବାକୁ ଆମକୁ ପର୍ଯ୍ୟାପ୍ତ ସମୟ ମିଳି ନଥିବା ଅଭିଯୋଗ କରିଛନ୍ତି