ବିହାର: ବିହାରରେ ଦୁର୍ଘଟଣାଗସ୍ତ ହେଲା ଓଡ଼ିଶାର ବସ୍ । ମହାକୁମ୍ଭକୁ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୩ ଜଣ ତୀର୍ଥଯାତ୍ରୀ ଗୁରୁତର ହୋଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି । ଶ୍ରୀରାମଜୀ ନାମକ ବସଟି ଦୁର୍ଘଟଣାର ଶିକାର ହୋଇଛି । ବସଟି ଭୋଗରାଇରୁ ୭୦ଜଣ ଯାତ୍ରୀଙ୍କୁ ନେଇ ମହାକୁମ୍ଭ ଯାଉଥିବା ବେଳେ ବିହାର ମୋହନିଆ ଠାରେ ଘଟିଥିଲା ଏହି ଦୁର୍ଘଟଣା । ବସର ଗୋଟିଏ ପାଶ୍ୱର୍ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।
ଗତକାଲି (ବୁଧବାର) ରାତି ପ୍ରାୟ ୧ଟା ବେଳେ ଏହି ବସ୍ ଦୁର୍ଘଣାଗସ୍ତ ହୋଇଛି । ଡ୍ରାଇଭରଙ୍କ ଆଖି ଲାଖି ଯିବାରୁ ସେଠାରେ ଅଟକିଥିବା ଏକ ବାଲିବୋଝେଇ ଡମ୍ପରକୁ ପଛପଟରୁ ଧକ୍କା ଦେବାରୁ ଏଭଳି ମର୍ମନ୍ତୁତ ଦୁର୍ଘଟଣା ଘଟିଥିଲା । ତେବେ ଏଥିରେ ୭ ୦ ଜଣ ଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଓ ୬୦ ଜଣ ମହିଳା ରହିଥିଲେ । ଦୁର୍ଘଟଣାରେ ଗୁରୁତର ହୋଇଥିବା ୩ ଜଣ ଯୁବକଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଘଟଣାପରେ ତୀର୍ଥଯାତ୍ରୀଙ୍କ ପରିବାର ଚିନ୍ତାଗ୍ରସ୍ତ ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟସରକାର ସମସ୍ତ ତୀର୍ଥ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ସେମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।