ଭୁବନେଶ୍ୱର: ଫେବୃଆରୀ ମାସ ଆରମ୍ଭରୁ ରାଜ୍ୟରେ ଅସହ୍ୟ ହେଲାଣି ତାତି । ରାଜ୍ୟରେ ଶୀତର ପ୍ରକୋପ ଧିରେ ଧିରେ କମୁଥିବା ବେଳେ ଦିନର ତାପମାତ୍ରା ଅସହ୍ୟ ହେଲାଣି । ଆଜି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଛି । ଚଳିତ ବର୍ଷରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ୨ଟା ୩୦ ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟରେ ଶୀତ ଉଭାନ ହୋଇଥିଆବାବେଳେ ଖରାର ପ୍ରକୋପ ଅନୁଭୂତ ହେଉଛି । ଦିନର ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଲାଣି । ଲୋକମାନେ ଫେବୃଆରୀ ମାସରେ ଦ୍ବି ପ୍ରହରରେ ତାତି ପାଇଁ ଘରୁ ବାହାରିବାକୁ ଭୟ କରୁଛନ୍ତି । ଫେବୃଆରୀ ମାସରୁ ତାପମାତ୍ରା ଯଦି ଅସହ୍ୟ ତେବେ ମେ' ମାସରେ କଣ ହେବ ତାହା ଚିନ୍ତାର କାରଣ ପାଲଟିଲାଣି ।
ପୂର୍ବରୁ ବଲାଙ୍ଗୀରରେ ତାପମାତ୍ରା ୩୬ ଡିଗ୍ରୀ ଓ ଭୁବନେଶ୍ବରରେ ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିଲା । କିନ୍ତୁ ଆଜି ରାଜଧାନୀ ଭୁବନେଶ୍ୱରରେ ୩୫ ଡିଗ୍ରୀ ରେକର୍ଡ କରାଯାଇଛି ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ଅସହ୍ୟ କଲାଣି ତାତି;ପ୍ରଥମ ଥର ପାଇଁ ଫେବୃଆରୀରୁ ୩୭ ଡିଗ୍ରୀ ଛୁଇଁଲା ତାପମାତ୍ରା