ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ହେଲାଣି ତାତି । ଫେବୃଆରୀ ମାସ ନସରୁଣୁ କଲବଲ କଲାଣି ଖରା । ଯାହା ଏବେ ଚିନ୍ତାର କାରଣ ପାଲଟିଲାଣି । ଚଳିତ ବର୍ଷ ପାଇଁ ରାଜ୍ୟରେ ପ୍ରଥମ ଥର ଦିନ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଛୁଇଁଛି। ବଲାଙ୍ଗୀରରେ ୩୬ ଡିଗ୍ରୀ ଓ ଭୁବନେଶ୍ବରରେ ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସ୍ଵାଭାବିକଠାରୁ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ଅଧିକ ରହିଛି ତାପମାତ୍ରା ।
ତେବେ ଆସନ୍ତା ୪ ଦିନ ରାତିରେ ପାରଦ ୫ ଡିଗ୍ରୀ ତଳକୁ ଖସିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାଫଳରେ କିଛି ସ୍ଥାନରେ ସାମାନ୍ୟ ଶୀତ ଅନୁଭବ ହେବାର ସମ୍ଭାବନା ସୃଷ୍ଟି ହୋଇଛି।