କନ୍ଧମାଳ: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ପାଇଁ କନ୍ଧମାଳ ଜିଲ୍ଲାରେ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ସୋମବାର ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟ ବନ୍ଦ ରହିବ । କନ୍ଧମାଳ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ସେହିପରି ଆଜି ଟିଚ୍ କନ୍ଧମାଳ ଅଧିନରେ ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ମଧ୍ୟ ସ୍ଥଗିତ ରଖିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୧୩ ତାରିଖରେ ରାଇକିଆ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ହେବାକୁ ପ୍ରଶାସନ ତାରିଖ ଧାର୍ଯ୍ୟ କରିଛି ।