ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନ ଥାଉ ଥାଉ ନଇଁ ଆସିଲା ସଞ୍ଜ । କଳାହାଣ୍ଡି ମେଘରେ ପୁରା ଅନ୍ଧାର ହୋଇଯାଇଛି ସ୍ମାର୍ଟ ସିଟି । ଆଜି ଅପରାହ୍ନ ସମୟରେ ହଠାତ ଭୁବନେଶ୍ୱର ଆାକାଶ ମେଘାଚ୍ଛନ୍ନ ହୋଇଯାଇଥିଲା । ଜୟଦେବ ବିହାର, ସିଆରପିଏଫ୍ ଭଳି ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ସହିତ କୂଆପଥର ମାଡ଼ ହୋଇଛି । ଆସନ୍ତା 3 ଘଣ୍ଟା ପାଇଁ କଟକ ଏବଂ ଭୁବନେଶ୍ୱରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେପଟେ ରାଜ୍ୟ ବିଭିନ୍ନସ୍ଥାନରେ ଶନିବାର କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଗଞ୍ଜାମରେ କାଳବୈଶଖୀର ପ୍ରଭାବରେ ରାସ୍ତା ଉପରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଛି । ତପ୍ତପାଣି ଘାଟିରେ ଗଛ ଉପୁଡ଼ି ପଡ଼ିଥିବାରୁ ଶହ ଶହ ଗାଡ଼ି ରାସ୍ତା ଉପରେ ଅଟକି ରହିଛି । ଯଦ୍ୱାରା ଯାତାୟତ ବାଧା ପ୍ରାପ୍ତ ହୋଇଛି । ପ୍ରଶାସନ ପକ୍ଷରୁ ଗଛ ଗୁଡ଼ିକୁ ହଟା ଯିବାକୁ ଉଦ୍ୟମ ଆରମ୍ଭ ହୋଇଛି ।