ଭୁବନେଶ୍ୱର: ୧୯୪୮ ମସିହା ଆଜିର ଦିନରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ ନୂଆ ରାଜଧାନୀ ଭୁବନେଶ୍ୱରର ଶିଳାନ୍ୟାସ କରିଥିଲେ। ଭୁବନେଶ୍ୱର ମନ୍ଦିର ମାଳିନୀ ସହର ଭାବରେ ବେଶ ପରିଚିତ ହୋଇଛି। ପ୍ରଭୁ ରାମଙ୍କ ମନ୍ଦିରଠୁ ନେଇ ପ୍ରଭୁ ଲିଙ୍ଗରାଜ ଓ ଆମର ଗୌରବ ମୟ ଐତିହ୍ୟ ବହନ କରୁଥିବା ଶାନ୍ତିସ୍ତୁପ ଧଉଳି ଓ ଖଣ୍ଡଗିରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଆଜି ସେହି ରାଜଧାନୀ ୭୭ ବର୍ଷରେ ପଦାର୍ପଣ କରିଛି।
ରାଜଧାନୀ ଭୁବନେଶ୍ୱରର ଚିତ୍ର ବଦଳିଛି। ବଡ଼ବଡ଼ ଅଟ୍ଟାଳିକା ସାଙ୍ଗକୁ ରାତିରେ ରାଜଧାନୀର ଆଲୋକମାଳା ସୁନ୍ଦର ପରିବେଶ ମନ ମୋହୁଛି। ଦେଶ ବାହାରୁ ପାଠ ପଢିବା ପାଇଁ ରାଜଧାନୀ ଭୁବନେଶ୍ୱରକୁ ପିଲାମାନେ ଆସୁଛନ୍ତି। ଭୁବନେଶ୍ୱରରେ ଜନବସତି ସହିତ ଯାନବାହନ ବଢ଼ିବାରେ ଲାଗିଛି। ଆଗକୁ ମଧ୍ୟ ରାଜଧାନୀର ଆହୁରି ବିକାଶ ହେବ।
ଆଜି ଏହି ଅବସରରେ ରବୀନ୍ଦ୍ର ମଣ୍ଡପଠାରୁ କରି ଜୟଦେବ ଭବନ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପରେଡ୍ କରାଯାଇଛି। ଏହା ସହିତ ଦିନସାରା ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଜୟଦେବ ଭବନରେ ଫଟୋ ଚିତ୍ର ପ୍ରଦର୍ଶନୀ ଆୟୋଜନ ହୋଇଛି। ସଂଧ୍ୟାରେ ଉତ୍କଳ ମଣ୍ଡପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି।