ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ଶିକ୍ଷାବର୍ଷର କ୍ୟାଲେଣ୍ଡର। ଏଥିରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସମସ୍ତ ଛୁଟି ବିବରଣୀ ପ୍ରକାଶ ପାଇଛି। ଓସେପା ବା (ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା) ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି । ଏଥର ମେ ୬ରୁ ଜୁନ୍ ୧୭ ଯାଏଁ ଖରାଛୁଟି ରହିଛି। ଏହି ସମୟରେ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ।
ଏଥର ଶିକ୍ଷାବର୍ଷରେ ମୋଟ୍ ୨୩୧ଟି କାର୍ଯ୍ୟଦିବସ ରହିଛି। ଏପ୍ରିଲ ମାସରେ ୨୨ଟି କାର୍ଯ୍ୟଦିବସ ରହିଥିବା ବେଳେ ମଇରେ ୪ଟି, ଜୁନରେ ୮ଟି, ଜୁଲାଇରେ ୨୬, ଅଗଷ୍ଟରେ ୨୨ ଲେଖାଏଁ କାର୍ଯ୍ୟ ଦିବସ ରହିଛି । ସେହିପରି ଭାବରେ ସେପ୍ଟେମ୍ବରରେ ୨୩, ଅକ୍ଟୋବରରେ ୨୦, ନଭେମ୍ବରରେ ୨୧, ଡିସେମ୍ବରରେ ୧୮, ଜାନୁଆରୀରେ ୨୩, ଫେବୃଆରୀରେ ୨୪ ଓ ମାର୍ଚ୍ଚରେ ୨୨ଟି ଲେଖାଏଁ କାର୍ଯ୍ୟ ଦିବସ ରହିଛି । ମୋଟ ଆକାରରେ ୮୨ଟି ଛୁଟି ରହିଥିବା ବେଳେ ୫୨ଟି ରବିବାର ରହିଛି।
ଶିକ୍ଷାବର୍ଷର ଏହି କ୍ୟାଲେଣ୍ଡରକୁ ବିଦ୍ୟାଳୟ ଗୁଡ଼ିକରେ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସ୍କୁଲରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀ ରହିବା ବାଧ୍ୟତାମୂଳକ କରାଯାଇଛି। ଏହା ସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୨୨/ ୧୪୪୧୭ ଦିଆଯାଇଛି।