କଲିକତାର ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା ମନରୁ ନ ଲିଭୁନୁ ଏବେ ପୁଣି ଏକ ହସ୍ପିଟାଲରେ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଆଇସିୟୁ ଭିତରେ ଚିକିତ୍ସିତ ହେଉଥିବା ଜଣେ ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ହରିୟାଣାର ଏକ ଘରୋଇ ହସ୍ପିଟାଲରେ ଘଟିଛି ଏହି ଘଟଣା। ହସ୍ପିଟାଲର ଜଣେ କର୍ମଚାରୀ ଏଭଳି କାଣ୍ଡ ଘଟାଇଛନ୍ତି।
ସୂଚନା ମୁତାବିକ, ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଜଣକ ହେଉଛନ୍ତି ୪୬ ବର୍ଷୀୟ ଜଣେ ଏୟାର ହଷ୍ଟେସ। ଅପ୍ରେଲ ୫ ତାରିଖ ଦିନ ଗୁରୁଗ୍ରାମକୁ ଟ୍ରେନିଂ ପାଇଁ ଆସିଥିବା ବେଳେ ଏକ ହୋଟେଲରେ ରହିଥିଲେ । ତେବେ ଗାଧେଇବା ବେଳେ ସୁଇମିଂ ପୁଲରେ ବୁଡି ଯାଇ ଗୁରୁତର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରେ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ୧୩ ଅପ୍ରେଲରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମହିଳା ଜଣକ ନିଜ ସ୍ୱାମୀଙ୍କ ଆଗେ ସବୁ କଥା କହିଥିଲେ। ଏହାପରେ ପୀଡ଼ିତାଙ୍କ ସ୍ୱାମୀକୁ ପୋଲିସକୁ ଏନେଇ ସୂଚନା ଦେଇଥିଲେ।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୫ ଏପ୍ରିଲ ତାଙ୍କ ସ୍ବାମୀ ଚିକିତ୍ସା ପାଇଁ ଏକ ହସପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କୁ ୧୩ ଏପ୍ରିଲରେ ହସପିଟାଲରୁ ଡିସଚାର୍ଜ ମିଳିଥିଲା । ତେବେ ଚିକିତ୍ସା ସମୟରେ ଏପ୍ରିଲ ୬ ତାରିଖରେ ମହିଳା ଜଣକ ଭେଣ୍ଟିଲେଟରରେ ଥିବା ବେଳେ ହସପିଟାଲର କିଛି କର୍ମଚାରୀ ଦୁଷ୍କର୍ମ କରିଥିଲେ । ଭେଣ୍ଟିଲେଟରେ ଥିବା ଯୋଗୁଁ କଥା କହିପାରୁନଥିଲେ। ଏହି ଘଟଣା ସମୟରେ ଦୁଇ ଜଣ ନର୍ସ ମଧ୍ୟ ପାଖରେ ଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ସେପଟେ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ହସପିଟାଲ କର୍ତ୍ତୃପକ୍ଷ । ହସପିଟାଲ ପକ୍ଷରୁ କୁହାଯାଇଛି, ଏଯାଏ କୌଣସି ଅଭିଯୋଗ ପ୍ରମାଣିତ ହୋଇନାହିଁ । ଆମେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛୁ । ହସ୍ପିଟାଲରୁ ସିସିଟିଭି ଫୁଟେଜ୍ ସମେତ ସମସ୍ତ ପ୍ରାସଙ୍ଗିକ କାଗଜପତ୍ର ପୋଲିସକୁ ହସ୍ତାନ୍ତର କରାଯାଇଛି ।