ନୂଆଦିଲ୍ଲୀ: ଆସନ୍ତା ୨୦୨୮ରେ ଆମେରିକାର ଲସ୍ ଆଞ୍ଜେଲ୍ସରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯିବ । ଏଥିପାଇଁ ଅନ୍ତର୍ଜାତୀୟ କ୍ରିକ୍ରେଟ୍ ପରିଷଦ ପକ୍ଷରୁ ସ୍ଥାନ ନିର୍ଦ୍ଧାରଣ ହୋଇଛି । ଦକ୍ଷିଣ କାଲିଫର୍ଣ୍ଣିଆର ଫେୟରଗ୍ରାଉଣ୍ଡରେ ଅଲିମ୍ପିକ କ୍ରିକେଟର ଉଭୟ ମହିଳା ଏବଂ ପୁରୁଷ ବର୍ଗର ମ୍ୟାଚ୍ ଅନୁଷ୍ଠିତ ହେବ । ଏହା ଲସ୍ ଆଞ୍ଜେଲସରୁ ପ୍ରାୟ ୫୦ କିଲୋମିଟର ପୂର୍ବରେ ଅବସ୍ଥିତ । ଏ ନେଇ ଆଇସିସି ଅଧ୍ୟକ୍ଷ ଜୟ ଶାହ ଘୋଷଣା କରିଛନ୍ତି ।
ଆଇସିସି ଅଧ୍ୟକ୍ଷ ଲସ୍ ଆଞ୍ଜେଲସ୍ ୨୦୨୮ରେ କ୍ରିକେଟର ସ୍ଥାନ ଘୋଷଣାକୁ ସ୍ୱାଗତ କରିଛନ୍ତି । ଅଲିମ୍ପିକ୍ସକୁ କ୍ରିକେଟ୍ ଫେରିଥିବାରୁ ସେ ବହୁତ ଖୁସି ଅନୁଭବ କରିଛନ୍ତି । ଏଥିପାଇଁ ସେ ଏଲ୍ଏ୨୮ କମିଟି ଏବଂ ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ କମିଟିକୁ ଧନ୍ୟବାଦ ଜଣାଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଦୀର୍ଘ ୧୨୮ ବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସକୁ କ୍ରିକେଟ୍ ଫେରିବ । ଟ୍ୱେଣ୍ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ ମ୍ୟାଚ୍ । ୧୯୦୦ରେ ପ୍ୟାରିସ ଗ୍ରୀଷ୍ଣକାଳୀନ ଅଲିମ୍ପିକରେ ପ୍ରଥମ ଥର କ୍ରିକେଟ୍ ଖେଳାଯାଇଥିଲା । ଫେୟାରଗ୍ରାଉଣ୍ଡରେ ୧୯୨୨ ମସିହାରେ ଖେଳାଯାଉଛି । ପୋମୋନାରେ ଫେୟାରପ୍ଲେକ୍ସ ଭାବରେ ମଧ୍ୟ ଜଣାଶୁଣା, ଆଇଓସିର ସୂଚନା ଅନୁସାରେ, ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ମାତ୍ର ୬ଟି ଲେଖାଏଁ ଟିମ୍ ସାମିଲ ହେବେ । ପ୍ରତ୍ୟେକ ବର୍ଗରେ ମୋଟ ୯୦ ଜଣ ଖେଳାଳି ରହିବାକୁ ନିୟମ ରହିଛି । ଅର୍ଥାତ ପ୍ରତ୍ୟେକ ଟିମ୍ ୧୫ ଜଣ ଖେଳାଳୀଙ୍କ ଚୟନ କରିପାରିବ ।