ଖୋର୍ଦ୍ଧା: ମଝି ରାସ୍ତାରେ ହତ୍ଯା। ବାପ ପୁଅଙ୍କୁ ଗାଁ ମଝିରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଝାନସିପାଟଣା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁଯାୟୀ ବୋଲଗଡ଼ ଗାଁ ରାସ୍ତାରେ ବାପ ପୁଅ ଉଭୟ ରାସ୍ତାରେ ଯାଉଥିବା ସମୟରେ ଅଚାନକ ବାଇକରେ ଆସି ଭୁଜାଲିରେ ଆକ୍ରମଣ କରି ୩ ଦୁର୍ବୃତ୍ତ ଚମ୍ପଟ୍ ମାରିଥିଲେ । ଭୁଜାଲି ମାଡ଼ରେ ବାପାଙ୍କ ମୃତ୍ୟୁ ହେବା ସହ ପୁଅ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।