ଭୁବନେଶ୍ୱର : ତାତିରେ ଲାଗିଛି ବ୍ରେକ। ବଢୁଥିବା ତାପମାତ୍ରାରୁ ମିଳୁଛି ଆଶ୍ୱସ୍ତି। ତେବେ ରାଜ୍ୟରେ କିଛି ଦିନ ହେବ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ଏପରିକି ଆହୁରି ୬ ଦିନ ଜାରି ରହିବ ବର୍ଷା। ତେଣୁ ୧୭ ତାରିଖ ଯାଏଁ ସମସ୍ତ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
ତେବେ ଆଜି ଉପକୂଳ ବର୍ତ୍ତୀ ଜିଲ୍ଲାମାନଙ୍କ ସହ ଦକ୍ଷିଣ ଓ ଉତ୍ତର ଓଡିଶା ସହ ବୌଦ୍ଧ, ଅନୁଗୁଳ ନୟାଗଡ, କନ୍ଧମାଳ, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାକୁ ୟେଲୋବର୍ଣ୍ଣିଙ୍ଗ ସହ ୪୦ ରୁ ୫୦ କିମି ବେଗରେ ପବନ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିବ। ତେବେ ଏହି ସମସ୍ତ ଜିଲ୍ଲାରେ ପ୍ରାୟ ୧୮ ତାରିଖ ଯାଏଁ ବର୍ଷା ଲାଗି ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣି ପାଗ ବିଭାଗ।