ବହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କଠାରୁ ସାଇବର ଠକେଇ ଘଟଣାରେ ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା ମିଳିଛି । ଗୁଜୁରାଟ ଭାବନଗର ଅଞ୍ଚଳରୁ ୨ ଜଣ ସାଇବର ଲୁଟେରାଙ୍କୁ ଧରିଛି ବ୍ରହ୍ମପୁର ପୋଲିସ । ଦୁଇ ଅଭିଯୁକ୍ତ ହେଲେ ଭୁତୀୟା ଯେନିଲ ଓ ବିଶ୍ୱଜିତ ସିନ ଗୋହିଲ । ସେମାନଙ୍କୁ ବ୍ରହ୍ମପୁର ପୋଲିସ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି ।
ଉଲ୍ଲେଖ ଯୋଗ୍ୟ, ଫେବୃଆରୀ ୧୪ ତାରିଖରେ ବ୍ରହ୍ମପୁର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କୁ ଏକ କଲ୍ ଆସିଥିଲା । ଦୀପଙ୍କର ବର୍ମା ଅର୍ଥ ହେରେଫେର ମାମଲାରେ ସମ୍ପୃକ୍ତ ଦର୍ଶାଇ ସି ବି ଆଇ ଅଫିସର ତଦନ୍ତ କରୁଥିବା କହି ଡିଜିଟାଲ ଆରେଷ୍ଟ କରିଥିଲେ । ସୁପ୍ରିମକୋର୍ଟରୁ ୱାରେଣ୍ଟ ଅଛି କହି ୧୪ ଲକ୍ଷ ଟଙ୍କା ଦେବାକୁ କହିଥିଲେ । କୁଳପତି ମଧ୍ୟ ସାଇବର ଠକ ଦେଇଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ୧୪ ଲକ୍ଷ ଟଙ୍କା ଜମା କରିଥିଲେ । ମାମଲାର ତଦନ୍ତ ପରେ ଫେବୃଆରୀ ୨୨ ତାରିଖ ଭିତରେ ଟଙ୍କା ଫେରସ୍ତ ହେବ କୁହାଯାଇଥିଲା । ଫେବୃଆରୀ ୧୫ ତାରିଖରେ ୮୦ ହଜାର ଟଙ୍କା କୁଳପତିଙ୍କ ଆକାଉଣ୍ଟକୁ ଫେରସ୍ତ ଆସିଥିଲା । କିନ୍ତୁ ବଳକା ଅର୍ଥ ଆଉ ଆସି ନ ଥିଲା । ଏ ନେଇ କୁଳପତିଙ୍କର ସନ୍ଦେହ ହେବାରୁ ସେ ଫେବୃଆରୀ ୨୪ରେ ବ୍ରହ୍ମପୁର ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଦୀର୍ଘ ଦେଢ଼ ମାସରୁ ଉର୍ଦ୍ଧ୍ୱ ସମୟ ହେବ ତଦନ୍ତ କରି ଗୁଜରାଟରୁ ସାଇବର ଅପରାଧୀଙ୍କୁ ଗିରଫ କରିଛି ।
ଉଭୟଙ୍କୁ ପ୍ରଥମେ ଭାବନଗର କୋର୍ଟରେ ହାଜର କରାଯାଇଥିଲା । ଏହା ପରେ କୋର୍ଟ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ଶନିବାର ଉଭୟଙ୍କୁ ବ୍ରହ୍ମପୁର କୋର୍ଟ ଚାଲାଣ କରାଯାଇଛି । ଏ ନେଇ ବ୍ରହ୍ମପୁର ଏସପି ଶବଣ ବିବେକ ଏମ୍ ।