ପୁରୀ : ନୀଳଚକ୍ରରୁ ପତିତପାବନକୁ ଫିଟାଇ ଆକାଶରେ ଉଡ଼ିବୁଲିଲା ଚିଲ। ଏହା ଶୁଭ ନା ଅଶୁଭ ଏମିତି ଅନେକ ପ୍ରଶ୍ନ ଏବେ ଭକ୍ତଙ୍କ ମନରେ। ଶନିବାର ସନ୍ଧ୍ୟା ୫ଟା ସମୟେ ଶ୍ରୀମନ୍ଦିରରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ସବୁଦିନ ପରି ବାନାଲଗା କାର୍ଯ୍ୟରେ ଚୂନରା ସେବକମାନେ ଲାଗିଥା'ନ୍ତି । ଆଉ ଠିକ୍ ଏହି ସମୟରେ ଏକ ଚିଲ ପତିତପାବନ ବାନାକୁ ଥଣ୍ଟରେ ନେଇ ଶ୍ରୀମନଦିର ନିକଟରେ ଉଡିଥିଲା ଆଉ ସମୁଦ୍ର ଆଡ଼କୁ ଉଡ଼ି କିଛି ସମୟ ମଧ୍ୟରେ ଉଭାନ ହୋଇଯାଇଥିଲା । ପରେ ପରେ ହଠାତ୍ କାଳବୈଶାଖି ବର୍ଷା ଆସି ପ୍ରବଳ ପବନ ହୋଇଥିଲା । କିନ୍ତୁ, ଏତେଟା ବର୍ଷା ହୋଇନଥିଲା । ହେଲେ ବାନାକୁ ଚିଲ ନେଇ ଯିବାର ଏହି ଦୃଶ୍ୟ ସାଧାରଣରେ ଭୟ ସୃଷ୍ଟି କରିଛି । କେହି କେହି ଏହାକୁ କିଛି ବିପଦର ସତର୍କ ଘଣ୍ଟି କହୁଥିବା ବେଳେ କେହି କେହି ଚିଲ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଛି ବୋଲି କହିଛନ୍ତି।
କାରଣ ମହାପ୍ରଭୁଙ୍କ ନିର୍ଦ୍ଦେଶ ବିନା କିଛି ବି ସମ୍ଭବ ନୁହେଁ । ତେବେ ଚିଲ ବାନାକୁ ଧରି ଉଡିବାର ଭିଜୁଆଲ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।