ପୁରୀ: ଆଉ ମାତ୍ର ଗୋଟିଏ ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା । ସମସ୍ତ ପ୍ରସ୍ତୁତି ପ୍ରାୟତଃ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ଭିଡ଼ ଜମିଲାଣି । ସେପଟେ ସୁରକ୍ଷା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ ହେବା ଆରମ୍ଭ ହୋଇଗଲାଣି । ରଥାଯାତ୍ରାରେ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ ନିୟମାବଳୀ ଜାରି ହୋଇଛି ।
ଚାରିଚକିଆ ଯାନ
ବ୍ରହ୍ମଗିରି ପାର୍ଶ୍ୱ
ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡିକ ମଙ୍ଗଳାଘାଟ ଛକ ଠାରୁ ଷ୍ଟଲିଂ ଛକ ପର୍ଯ୍ୟନ୍ତ ଯିବେ ଓ ସେଠାରେ ନିର୍ଦ୍ଧାରିତ ହୋଇଥିବା ଯାନ ରହଣି ସ୍ଥଳଠାରେ ନିଜ ନିଜର ଯାନଗୁଡିକୁ ରଖିବେ । ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ ।
ଭୁବନେଶ୍ୱର ପାର୍ଶ୍ୱ
ସେହିପରି ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡିକ ମାଳତିପାଟପୁର ବ୍ରିଜ, ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ୍ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ଯାନ ରହଣି ସ୍ଥଳ ପର୍ଯ୍ୟନ୍ତ ଯିବେ । ତାଳବଣିଆ ପଟେ ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ଼୍, ଇଣ୍ଡୋର ଷ୍ଟାଡିଅମ, ଉଦ୍ୟାନ କୃଷି ପଡିଆ ଓ ସ୍ୱଚ୍ଛ ମାଛ ବଜାର ଠାରେ କ୍ରମାନ୍ଵୟରେ ନିଜ ନିଜର ଯାନ ଗୁଡିକୁ ରଖିବେ । ପୁଣି ସେଠାରୁ ପିକେଆରଆଇଟି ଛକ, କେନ୍ଦ୍ରୀୟ ବିଦ୍ୟାଳୟ, ଭୁଦାନ ଛକ, ଗ୍ରୀଡ ଷ୍ଟେସନ୍ ଛକ, ବାଲିଘାଟ ଛକ, ସମଙ୍ଗରା ଗ୍ରାମ ଦେଇ ବାଟଗାଁ ଛକ ଠାରୁ ଭୁବନେଶ୍ୱର ପାଇଁ ପ୍ରସ୍ଥାନ କରିବେ ।
କୋଣାର୍କ ପାର୍ଶ୍ୱ
କୋଣାର୍କ ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନଗୁଡିକ ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ୍ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ଯାନ ରହଣି ସ୍ଥଳ ପର୍ଯ୍ୟନ୍ତ ଯିବେ । ତାଳବଣିଆ ପଟେ ବିଧାନସଭା ଅତିଥ୍ ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ୍, ଇଣ୍ଡୋର ଷ୍ଟାଡିଅମ, ଉଦ୍ୟାନ କୃଷି ପଡିଆ ଓ ସ୍ୱଚ୍ଛ ମାଛ ବଜାର ଠାରେ କ୍ରମାନ୍ୱୟରେ ନିଜ ନିଜର ଯାନ ଗୁଡିକୁ ରଖିବେ । ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ ।
ଦୁଇଚକିଆ ଯାନ
ବ୍ରହ୍ମଗିରି ପାର୍ଶ୍ୱ
ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ମଶାଣିଚଣ୍ଡୀ ଛକ, ଦେବିଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ । ଜଗନ୍ନାଥ ବଲ୍ଲଭ ସ୍ଥାନ ପୂରଣ ହୋଇଯିବା ପରେ ମଶାଣିଚଣ୍ଡୀ ଛକଠାରୁ ମାଟିତୋଟା ଖେଳପଡିଆ, ଏହା ପରେ ମାଟିତୋଟା ଖେଳ ପଡିଆ ଏବଂ ମଙ୍ଗଳାଘାଟ ଛକ ଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ୍ ପଡିଆଠାରେ ପର୍ଯ୍ୟାୟ କ୍ରମେ ଗାଡ଼ି ରଖାଯିବ । ସେହିପରି ଜଗନ୍ନାଥ ବଲ୍ଲଭଠାରେ ରଖୁଥିବା ଯାନ ଗୁଡିକ ନରେନ୍ଦ୍ର କୋଣ, ମଙ୍ଗଳାଘାଟ ଛକ ଦେଇ ବ୍ରହ୍ମଗିରି ପାଇଁ ପ୍ରସ୍ଥାନ କରିବେ ।
ଭୁବନେଶ୍ୱର ପାର୍ଶ୍ୱ
ଭୁବନେଶ୍ଵର ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ମଶାଣିଚଣ୍ଡୀ ଛକ, ଦେବିଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ । ଉକ୍ତ ସ୍ଥାନ ପୂରଣ ହୋଇଯିବା ପରେ ଯାନଗୁଡିକ ମଶାଣିଚଣ୍ଡୀ ଛକଠାରୁ ମାଟିତୋଟା ଖେଳ ପଡିଆ ଏବଂ ମଙ୍ଗଳାଘାଟ ଛକ ଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ଼୍ ପଡିଆଠାରେ ପର୍ଯ୍ୟାୟ କ୍ରମରେ ନିଜ ନିଜର ଯାନ ଗୁଡିକୁ ରଖିବେ । ଜଗନ୍ନାଥ ବଲ୍ଲଭଠାରେ ରଖୁଥିବା ଯାନ ଗୁଡିକ ନରେନ୍ଦ୍ର କୋଣ, ଜଟିଆ ବାବାଜୀ ଛକ, କୁମ୍ଭାରପଡା ଥାନା, ଅଠରନଳା ଓ ବାଟଗ "ଗାଁ ଛକ ଦେଇ ଭୁବନେଶ୍ଵର ପାଇଁ ପ୍ରସ୍ଥାନ କରିବେ ।
କୋଣାର୍କ ପାର୍ଶ୍ୱ
କୋଣାର୍କ ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ୍ ଛକ, ପେଣ୍ଠକଟା ଛକ, ସୁବାଷ ବୋସ ଛକ ଦେଇ ବ୍ଲୁ ଫ୍ଲାଗ ବେଳାଭୂମି ଓ ନୀଳାଚଳ ଅଶୋକ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ । ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ ।
ପର୍ଯ୍ୟଟକ ବସ୍
ବ୍ରହ୍ମଗିରି ପାର୍ଶ୍ୱ
ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଯାତ୍ରୀବାହୀ ବସ ଗୁଡିକ ଫ୍ଲୋରିଶ ଇଣ୍ଡିଆ ପାର୍କିଂ ଠାରେ ରହଣି କରିବେ ।
ଭୁବନେଶ୍ୱର ପାର୍ଶ୍ୱ
ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଯାତ୍ରୀବାହୀ ବସ ମାଳତିପାଟପୁର ବସଷ୍ଟାଣ୍ଡ୍ ଠାରେ ଅଟକିବେ ।
କୋଣାର୍କ ପାର୍ଶ୍ୱ
କୋଣାର୍କ ପଟୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଯାତ୍ରୀବାହୀ ବସ ଗୁଡିକ ସ୍ଵାମୀ ନାରାୟଣ ମନ୍ଦିର ଅଟକିବେ ।
ନିୟମିତ ଯାତ୍ରୀବାହୀ ସେବା
ତାଳବଣିଆ ପଟୁ ଆସୁଥିବା ଅଟୋଗୁଡିକ ୱାଟରୱାର୍କସ୍ ରୋଡ, ଓଡ଼ିଶା ବେକେରୀ ଓ ରାମ ମନ୍ଦିର ଦେଇ ଘୋଡ଼ା ବଜାର ପର୍ଯ୍ୟନ୍ତ ଆସିପାରିବେ । ଫେରିଲାବେଳେ ରାମ ମନ୍ଦିର, ଶ୍ରୀକ୍ଷେତ୍ର କଲୋନୀ ଓ ମଙ୍ଗଳା ମନ୍ଦିର ବାଟ ଦେଇ ପ୍ରସ୍ଥାନ କରିବେ ।
ମାଳତୀପାଟପୁର ପାର୍ଶ୍ୱରୁ ଆସୁଥିବା ଅଟୋଗୁଡିକ ବାଟଗାଁ ଛକଦେଇ ଅଠରନଳା ପର୍ଯ୍ୟନ୍ତ ଆସିପାରିବେ । ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ ।
ବ୍ରହ୍ମଗିରି ପଟୁ ଆସୁଥିବା ଅଟୋଗୁଡିକ ମଙ୍ଗଳାଘାଟ ଛକ ଦେଇ ଷ୍ଟଲିଂ ଛକ ପର୍ଯ୍ୟନ୍ତ ଆସିପାରିବେ । ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ ।