ନୂଆଦିଲ୍ଲୀ: ଏଲନ ମସ୍କଙ୍କ ଅନ୍ତରୀକ୍ଷ କମ୍ପାନି ସ୍ପେସଏକ୍ସ ଶନିବାର ରାତି(ଭାରତୀୟ ସମୟ ଏପ୍ରିଲ ୧୩ ସକାଳ ୬ଟା ୨୩)ରେ ଫ୍ଲୋରିଡାର କେନେଡି ସ୍ପେସ ସେଣ୍ଟରରୁ ଫାଲକନ ୯ ରକେଟର ସଫଳ ପ୍ରକ୍ଷେପଣ କରିଛି । ଏହି ଉତକ୍ଷେପଣ ଏଥିପାଇଁ ଖାସ୍ ରହିଛି କାରଣ ଏହା ପୂର୍ଣ୍ଣିମା ରାତିରେ ହୋଇଛି । ଆଉ ଆକାଶରେ ଏକ ଚମତ୍କାର ଦୃଶ୍ୟ ସୃଷ୍ଟି କରିଛି ।
ଏହି ମିଶନରେ ଫାଲକନ ୯ ମୋଟ୍ ୨୧ ଷ୍ଟାରଲିଙ୍କ ସାଟେଲାଇଟକୁ ପୃଥିବୀର ନିମ୍ନ କକ୍ଷରେ ସ୍ଥାପନ କରିବ । ଏଥିରୁ ୧୩ ସାଟେଲାଇଟ ଡାଇରେକ୍ଟ ଟୁ ସେଲ ଜ୍ଞାନକୌଶଳରେ ସଜ୍ଜିତ ରହିଛି । ଏହି ବୈଷେୟିକ ଜ୍ଞାନ କୌଶଳରେ ବିନା ମୋବାଇଲ ଟାୱାରରେ ଫୋନରେ ସିଧାସଳଖ ସାଟେଲାଇଟ ସଂଯୋଗ ସମ୍ଭବ ହୋଇ ପାରିବ । ଏଥିରେ ଦୁର୍ଗମ ଅଞ୍ଚଳ ଏବଂ ନେଟୱର୍କ ନ ଥିବା ଅଞ୍ଚଳରେ ମୋବାଇଲ ସେବା ଯୋଗାଇ ଦିଆଯାଇ ପାରିବ ।
ଡାଇରେକ୍ଟ ଟୁ ସେଲ ସୁବିଧାର ଆରମ୍ଭ ଆମେରିକାରେ ଟି ମୋବାଇଲ ସହିତ ଭାଗିଦାରୀରେ କରାଯିବ । ଏହାର ଉଦ୍ଦେଶ୍ୟ ସମୁଦ୍ର, ପାହାଡ ଓ ଅନ୍ୟ ଦୁର୍ଗମ ଅଞ୍ଚଳରେ ବିନା ଟାୱାରରେ ନେଟୱର୍କ ଯୋଗାଇବ । ଏହି ପ୍ରକ୍ଷେପଣ ସ୍ପେସଏକ୍ସ ପାଇଁ ଐତିହାସିକ ରହିଛି କାରଣ ଏହା କମ୍ପାନିର ୪୦୦ତମ ଉଡାଣ ଥିଲା । ୨୦୨୫ରେ କମ୍ପାନି ୪୨ତମ ଫାଲନକ ୯ ଲଞ୍ଚ କରିଛି । ଏଥିରୁ ୨୮ଟି ଷ୍ଟାରଲିଙ୍କର ମିଶନ ପାଇଁ ବ୍ୟବହାର କରାଯାଇଛି ।
ଫାଲକନ ୯ ସମସ୍ତ ୨୧ ସାଟେଲାଇଟକୁ ପ୍ରାୟ ଏକ ଘଣ୍ଟାରେ ସେମାନଙ୍କର କକ୍ଷପଥରେ ସ୍ଥାପିତ କରି ଦେଇଛି । ଏବେ ଏହି ସବୁ ସାଟେଲାଇଟ ନିଜର ଅପରେସନଲ ଅର୍ବିଟରେ ଗତି କରିବ । ଷ୍ଟାରଲିଙ୍କର ୭୦୦୦ରୁ ଅଧିକ ସାଟେଲାଇଟକୁ ଆହୁରି ସଶକ୍ତ କରିବ ।