ନୂଆଦିଲ୍ଲୀ: ମହକାଶରେ ମଳମୂତ୍ର ସଫା କଲେ ମିଳିବ କୋଟି କୋଟି ଟଙ୍କାର ପୁରସ୍କାର ରାଶି । ଆଉ ଏହି ପୁରସ୍କାର ଦେବେ ମହାକାଶ ଗବେଷଣା କେନ୍ଦ୍ର ନାସା । ଏମିତି ଟେକ୍ନୋଲୋଜିର ଅନୁସନ୍ଧାନର ଅଛି ଯିଏ ଅନ୍ତରୀକ୍ଷରେ ମହାକାଶ ଯାତ୍ରୀଙ୍କର ମଳ ମୂତ୍ରକୁ ପୁନଃଚକ୍ର ବା ରିସାଇକେଲ୍ କରିପାରିବ ।
ନାସା ଲୁନାରୀସାଇକଲ୍ ଚ୍ୟାଲେଞ୍ଜ ନାମରେ ଏକ ପ୍ରତିଯୋଗିତା ଆରମ୍ଭ କରିଛି । ଏହାର ଉଦ୍ଦେଶ୍ୟ ଲକ୍ଷ୍ୟ ହେଉଛି ଦୀର୍ଘ କାଳୀନ ମହାକାଶ ଯାତ୍ରା - ଯେପରିକି ମଙ୍ଗଳ କିମ୍ବା ଚନ୍ଦ୍ର ମିଶନ ସମୟରେ ମହାକାଶଚାରୀଙ୍କ ମଳକୁ ପୁନଃଚକ୍ରିତ କରିବା, ଯଦ୍ୱାରା ସମ୍ବଳ ସଞ୍ଚୟ ହୋଇପାରିବ ଏବଂ ମହାକାଶରେ ଅଧିକ ସମୟ ପାଇଁ ଜୀବନଯାପନ କରିହେବ । ଆଗାମୀ ଦିନରେ ମଙ୍ଗଳ କିମ୍ବା ଚନ୍ଦ୍ରରେ କୌଣସି ମିଶନ କରାଗଲେ ମଳ-ମୂତ୍ର ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ । ଗାଜେଟସ୍ ୩୬୦ର (Gadgets 360) ରିପୋର୍ଟ ଅନୁସାରେ ଚନ୍ଦ୍ରରେ ଆପୋଲୋ ମିଶନ ସମୟରେ ୯୬ଟି ମଳଭର୍ତ୍ତି ବ୍ୟାଗ ଫିଙ୍ଗା ଯାଇଛି । ଏହା ଭବିଷ୍ୟତରେ ମହାକାଶରେ ପ୍ରଦୂଷଣ କରିବାରେ ମୁଖ୍ୟ କାରଣ ହୋଇପାରେ ।
ତେଣୁ ଏଭଳି ଏକ ଟେକ୍ନୋଲୋଜି ଆସିବା ଉଚିତ୍ ଯାହା ଦ୍ୱାରା ଏସବୁ ଆବର୍ଜନାଗୁଡ଼ିକୁ ପୁନଃକାର୍ଯ୍ୟକ୍ଷମ କରି ହେବ । ଯେଉଁ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଏପରି ଟେକ୍ନୋଲୋଜି ଆବିଷ୍କାର କରିବେ ତେବେ ନାସା ତାଙ୍କୁ ୩ ମିଲିୟନ ଡଲାର (ପ୍ରାୟ ୨୫.୮୨ କୋଟି ଟଙ୍କା) ପୁରସ୍କାର ପ୍ରଦାନ କରିବ । ଏହାର ପଦ୍ଧତି ନାସା ଭବିଷ୍ୟତରେ ଚନ୍ଦ୍ର ଏବଂ ମଙ୍ଗଳ ମିଶନରେ ବ୍ୟବହୃତ କରିବ ।
ଗାଜେଟସ୍ ୩୬୦ର ରିପୋର୍ଟ ଅନୁସାରେ, ନାସା ତାର ୱେବସାଇଟରେ କହିଛି ଯେ ଏହା ସ୍ଥାୟୀ ମହାକାଶ ମିଶନ ଉପରେ କାମ କରୁଛି । ତେଣୁ, ମହାକାଶରେ ସୃଷ୍ଟି ହେଉଥିବା କଠିନ ଏବଂ ତରଳ ଆବର୍ଜନାକୁ କିପରି ହ୍ରାସ, ସଂରକ୍ଷଣ, ପ୍ରକ୍ରିୟାକରଣ ଏବଂ ପୁନଃଚକ୍ରିତ କରାଯିବ ସେ ବିଷୟରେ ଏବେ ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ । ଯାହା ଦ୍ୱାରା ଭବିଷ୍ୟତରେ ଏହି ଆବର୍ଜନାକୁ ପୃଥିବୀକୁ ଫେରାଇ ଆଣିବାର ଆବଶ୍ୟକତା ନ ପଡ଼େ ।
ନାସା ବର୍ତ୍ତମାନ ଏହି ଚ୍ୟାଲେଞ୍ଜ ପାଇଁ ପ୍ରଥମ ପର୍ଯ୍ୟାୟରେ ପଠାଯାଇଥିବା ପରାମର୍ଶଗୁଡ଼ିକର ସମୀକ୍ଷା କରୁଛି । ଯେଉଁମାନଙ୍କର ପରାମର୍ଶ ପସନ୍ଦ ଆସିବ ସେମାନଙ୍କୁ ପ୍ରତିଯୋଗିତାର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାନ ମିଳିବ । ଶେଷରେ ସର୍ବଶ୍ରେଷ୍ଠ ସମାଧାନ ସର୍ବୋତ୍ତମ ସମାଧାନ ଉପସ୍ଥାପନ କରୁଥିବା ଦଳ ବିଜେତା ହେବ ଏବଂ ପୁରସ୍କାର ପାଇବ। ଏହି ଚ୍ୟାଲେଞ୍ଜକୁ ନାସାର ଭବିଷ୍ୟତ ମିଶନଗୁଡ଼ିକୁ ସ୍ୱଚ୍ଛ, ନିରାପଦ ଏବଂ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।