ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ କୋଇଲା ଖଣି ଚୋରି ମାମଲା ସାମ୍ନାକୁ ଆସିବା ପରେ ପୋଲିସ ଏବେ ଆକ୍ସନ୍ସ ମୁଡକୁ ଆସିଛି । ଖଣି ଚୋରି ସମ୍ପୃକ୍ତି ଅଭିଯୋଗରେ ଗିରଫଦାରୀ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ହେମଗିରି ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରତନସରା ଗାଁର ସମୀର ଡନସେନା , ରତନପୁର ଗାଁ ଗେଲାନନ୍ଦ ମାଝୀ , ଝୁପୁରଙ୍ଗା ଗାଁର ହେମାନନ୍ଦ ସେଠ ଓ ଗୋପାଳପୁର ଗାଁର ଆଲୋକ ସେଠ । ଖଣି ଚୋରା ଚାଲାଣରେ ବ୍ୟବହୃତ ଦୁଇଟି ଟ୍ରାକ୍ଟର ଏବଂ ବାଇକ୍ ଜବତ କରାଯାଇଛି ।
ଏମସିଏଲ ଅଧୀନସ୍ଥ ତେଲେନଡିହି ଓ ରତନସରା ଜଙ୍ଗଲରେ କୋଇଲା ଖଣି ଚୋରି ନେଇ ଅଭିଯୋଗ ହୋଇଥିଲା । ରାଉରକେଲା କନିଷ୍ଠ ଖଣି ଅଧିକାରୀ ମଙ୍ଗଳଚରଣ ହେମ୍ରମ ହେମଗିର ଥାନାରେ ଏତଲା ଦେଇଥିଲେ । ଗତକାଲି ରାତିରେ ଖଣି ଚୋରି କରୁଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି ।