ନୂଆଦିଲ୍ଲୀ: ଚଳିତ କେନ୍ଦ୍ରୀୟ ବଜେଟରେ ଓଡ଼ିଶା ରେଳ ବିଭାଗ ପାଇଁ ୧୦,୫୯୯ କୋଟି ଟଙ୍କା ଅନୁମୋଦନ ହୋଇଛି । ରାଜ୍ୟରେ ଏବେ ୬ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଛି । ବିଗତ ୧୦ ବର୍ଷରେ ୨୦୪୬ କିଲୋମିଟର ନୂତନ ରେଳ ଲାଇନ୍ ଓଡ଼ିଶାରେ ନିର୍ମାଣ ହୋଇଛି । ଯାହାକି ମ୍ୟାଲେସିଆ ଦେଶର ରେଳ ନେଟୱାର୍କଠାରୁ ଅଧିକ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ମୋଦୀଙ୍କ ତୃତୀୟ ପାଳିରେ ଓଡ଼ିଶାକୁ ୨୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଗତ କଂଗ୍ରେସ ସରକାର ସମୟରେ ୨୦୦୯-୧୪ ମଧ୍ୟରେ ୮୩୮ କୋଟି ଥିଲା । ଏହା ୧୨.୫ ଗୁଣା ଅଧିକ । ବିଗତ ୧୦ ବର୍ଷରେ ୨୦୪୬ କିଲୋମିଟର ରେଳ ଲାଇନ୍ ଓଡ଼ିଶାରେ ନିର୍ମାଣ ହୋଇଛି । ଯାହାକି ମ୍ୟାଲେସିଆ ଦେଶର ରେଳ ନେଟୱାର୍କଠାରୁ ଅଧିକ । ଆଗରୁ ଏତେ ରେଳ ନେଟୱାର୍କ ନ ଥିଲା । ଡବଲ ଇଞ୍ଜିନ ସରକାରେ କାମ ଆହୁରି ଅଧିକ ବେଗରେ ଚାଲିଛି ବୋଲି କହିଛନ୍ତି ରେଳ ମନ୍ତ୍ରୀ । ୨୦୦୯ରୁ ୨୦୧୪ ମଧ୍ୟରେ ମାତ୍ର ୫୩ଟି ନୂଆ ଟ୍ରାକ୍ ନିର୍ମାଣ ହୋଇଥିବାବେଳେ ମୋଦୀ ସରକାରରେ ୧୮୬ଟି ନୂତନ ଟ୍ରାକ୍ ନିର୍ମାଣ କରାଯାଇଛି, ଯାହାକି ସାଢ଼େ ୩ ଗୁଣା ଅଧିକ । ସେହିପରି କଂଗ୍ରେସ ସରକାରରେ ୨୯ଟି ଟ୍ରାକରେ ବୈଦ୍ୟୁତିକରଣ ହୋଇଥିବାବେଳେ ବିଜେପି ସରକାର ୧୩୮ଟି ବୈଦ୍ୟୁତିକ କରଣ ହୋଇଛି, ଯାହାକି ସାଢ଼େ ୪ଗୁଣା ଅଧିକ । ଓଡ଼ିଶାରେ ୧୫୧୬ କିଲୋମିଟର ଅର୍ଥାତ ଶତ ପ୍ରତିଶତ ବୈଦ୍ୟୁତିକ କରଣ ହୋଇଛି ।
୭୩, ୭୨୩ କୋଟି ଟଙ୍କାର ବିନିଯୋଗରେ ୪, ୭୮୪ କିଲୋମିଟ ନୂତନ ଟ୍ରାକ୍ ବିଶିଷ୍ଟ ୪୮ଟି ପ୍ରକଳ୍ପର କାମ ଚାଲୁ ରହିଛି । ୫୯ଟି ଅମୃତ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ସେହିପରି ରାଜ୍ୟର ୬ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଚାଲୁଥିବାବେଳେ ୧୭ ଜିଲ୍ଲାରେ ସ୍ୱତନ୍ତ୍ର ଅଟକିବା ସ୍ଥାନ (ଷ୍ଟପେଜ୍) ରହିଛି । । ଆଗାମୀ ଦିନରେ ଓଡ଼ିଶାରେ ଅଧିକ ଟ୍ରେନ୍ ଚାଲିବ । ୧୮୯୮ କିଲୋମିଟର ଟ୍ରାକରେ କବଚ ପାଇଁ ବ୍ୟୟବରାଦ ହୋଇସାରିଛି । ୨୦୧୪ ମସିହା ଠାରୁ ୫୨୨ଟି ଫ୍ଲାଏ ଓଭର ଏବଂ ଅଣ୍ଡର୍ ବ୍ରିଜ୍ କାମ ଜାରି ରହିଛି ।
୨୦୧୯-୨୦:-୪,୫୬୮ କୋଟି
୨୦୨୦-୨୧:-୫,୨୯୬ କୋଟି
୨୦୨୧-୨୨:-୬,୪୭୧ କୋଟି
୨୦୨୨-୨୩:-୯୭୩୪ କୋଟି
୨୦୨୩-୨୪:-୧୦,୦୧୨ କୋଟି
୨୦୨୪-୨୫:-୧୦,୫୩୬ କୋଟି