ପୁରୀ : ଆଜି ପବିତ୍ର ମାଘ ଷଷ୍ଠୀ। ଆସନ୍ତାକାଲି ଚନ୍ଦ୍ରଭାଗାରେ ପବିତ୍ର ମାଘ ସପ୍ତମୀ ବୁଡ଼। ଏଥିପାଇଁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ। ତେବେ ରାତି ପାହିଲେ ମାଘ ସପ୍ତମୀ ବୁଡ଼ ରହିଥିବାରୁ ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମେଳା ପଡ଼ିଆରେ ସଫେଇ, ପାଚେରି ରଙ୍ଗ, ବ୍ୟାରିକେଡ୍ ଓ ଦୁଇଟି ୱାଚ ଟାୱାର ନିର୍ମାଣ ଆଦି ଶେଷ ହୋଇଛି। ସୁରକ୍ଷା ପାଇଁ ମୁତୟନ ହେବେ ୩୩ ପ୍ଲାଟୁନ ପୋଲିସ ଫୋର୍ସ। ବୁଡ଼ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ ଗାର୍ଡ ମୁତୟନ ରହିବେ। ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି।