ଭୁବନେଶ୍ୱର: ଆଜିଠାରୁ ଗରିବ, ଦୁଃଖୀ ରଙ୍କୀ ଏବଂ ଆଶାୟୀଙ୍କ ପାଇଁ ଖୋଲବି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋମବାର ଲୋକଙ୍କ ଅଭିଯୋଗ ଶୁଣିବେ । ଭୁବେନଶ୍ୱର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସକାଳୁ ସକାଳୁ ଆସି ଅଭିଯୋଗକାରୀ ଭିଡ଼ ଜମାଇଛନ୍ତି । ଶୁଣାଣି ପାଇଁ ଜାନୁୟାରୀ ୩୧ ତାରିଖରେ ଅନଲାଇନ ପଞ୍ଜିକରଣ ହୋଇଛି । ଏକ ହଜାରରୁ ଉର୍ଦ୍ଧ୍ୱ ଅଭିଯୋଗକାରୀ ପଞ୍ଜିକରଣ କରିଛନ୍ତି ।
ନୂଆ ସରକାର ଆସିବା ପରେ ଦୀର୍ଘ ବର୍ଷ ହେବ ବନ୍ଦ ପଡ଼ିଥିବା ଅଭିଯୋଗ ପ୍ରକୋଷ୍ଠ ଲୋକଙ୍କ ପାଇଁ ଖୋଲିଥିଲା । ଜୁଲାଇ ମାସରୁ ଅଭିଯୋଗ ଶୁଣିଥିଲେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀଗଣ । ଗତ ବର୍ଷ ଶେଷ ସୁଦ୍ଧା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ୩୦ ହଜାରରୁ ୩୫ ହଜାର ଅଭିଯୋଗକାରୀ ସେମାନଙ୍କ ସମସ୍ୟା ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି । ଜୁଲାଇ ପହିଲାରେ ହୋଇଥିବା ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୮୮% ଅଭିଯୋଗର ସମାଧାନ ହୋଇଛି। ଜୁଲାଇ ୧୫ ତାରିଖରେ ୮୪%, ଅଗଷ୍ଟ ୫ରେ ୮୨%, ସେପ୍ଟେମ୍ବର ୨୩ରେ ୮୦%, ଅକ୍ଟୋବର ୨୧ତାରିଖରେ ୭୭% ଓ ଡିସେମ୍ବର ୧୬ ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୧୬ % ଅଭିଯୋଗର ସମାଧାନ କରାଯାଇଛି।