ଫେବୃଆରୀ ମାସ ଆରମ୍ଭରୁ କଲବଲ କଲାଣି ତାତି । ଆଗକୁ ତାତି ଆହୁରି ବଢ଼ିବ । ଚାଲିଛି ମାଘ ମାସ ହେଲେ ରାତିରେ ଆଉ ଶୀତ ଅନୁଭୂତ ହେଉନି । ଆଗକୁ ଆହୁରି ଖରା ବଢିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଫେବୃଆରୀରେ ତାପମାତ୍ରା ୩୬ ଡିଗ୍ରୀ ପାର୍ କରିଛି । ରବିବାର ବଲାଙ୍ଗିରରେ ତାପମାତ୍ରା ୩୬.୭ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଟିଟିଲାଗଡ଼ରେ ୩୬ଡିଗ୍ରୀ , ପାରଳାଖେମୁଣ୍ଡିରେ ୩୫.୮ଡିଗ୍ରୀ , ଝାରସୁଗୁଡ଼ାରେ ୩୫.୬ ଡିଗ୍ରୀ , ସମ୍ବଲପୁରରେ ୩୫.୧ ଡିଗ୍ରୀ ଓ ଭବାନୀପାଟଣାରେ ୩୫ ଡିଗ୍ରୀ ରେକର୍ଡ ହୋଇଛି ।
ତେବେ ଆଗକୁ ତାପମାତ୍ରା ଅଧିକ ରହିବା ଯୋଗୁ ଦିନରେ ମଧ୍ୟ ଅତ୍ୟଧିକ ତାତି ସହ ଗରମ ଅନୁଭୂତ ହେବ । ସମ୍ଭବତଃ କିଛି ଦିନପାଇଁ ରାତିରେ ପାଣିପାଗ ସ୍ଥିତି ଆରାମଦାୟକ ରହିବ । ହେଲେ କିଛି ଦିନ ପାଇଁ ତାପମାତ୍ରା ବଢ଼ିବା ଓ କମିବା ଜାରି ରହିବ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୫ ତାରିଖରୁ ତାତି ଅଧିକ ହେବ ୬ ତାରିଖରୁ ତାତି ସାମାନ୍ୟ କମି ପୁଣି ବଢିବ କିନ୍ତୁ ଶୀତ ଆଉ ଫେରିବନି ।