କଟକ: ବାରବାଟି ଷ୍ଟାଡ଼ିୟମରେ ହେବାକୁ ଥିବା ଭାରତ-ଇଲଣ୍ଡ କିକ୍ରେଟ୍ ମ୍ୟାଚ ପାଇଁ ଶେଷ ପର୍ଯ୍ୟାୟରେ ଚାଲିଛି ପ୍ରସ୍ତୁତି । ୯ ତାରିଖରେ ହେବାକୁ ଥିବା ଏହି ବହୁପ୍ରତୀକ୍ଷିତ ମ୍ୟାଚ ଲାଗି ଅନଲାଇନରେ ସରିଛି ଟିକେଟ୍ ବିକ୍ରି । ଅନଲାଇନରେ ନିରାଶ ହେବା ପରେ ଏବେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅଫଲାଇନ୍ରେ ଟିକେଟ୍ କିଣିବାକୁ ଉତ୍କଣ୍ଠା ଦେଖିବାକୁ ମିଳିଛି ।
ଆଜି ଓସିଏ ଅନୁୂବନ୍ଧିତ କ୍ଲବ, ଜିଲ୍ଲା ଆସୋସିଏନ, ଅନୁଷ୍ଠାନ ମାନଙ୍କୁ ଟିକେଟ୍ ବିକ୍ରି ହେଉଛି । ୫ ଓ ୬ ତାରିଖ ଏହି ଦୁଇଦିନ କାଉଣ୍ଟରରେ ଟିକେଟ୍ ଉପଲବ୍ଧ ହେବ। ଗତକାଲି ଅନଲାନରେ ଟିକେଟ୍ ମିଳିଥିଲା । କିନ୍ତୁ ଆରମ୍ଭର ସର୍ଭର ଡାଉନ୍ ଯୋଗୁଁ ସମସ୍ୟା ହୋଇଥିଲା। ତେବେ ଅଧ ଘଣ୍ଟା ପରେ ୨,୪ ଓ ୭ ନମ୍ବର ଗ୍ୟାଲେରି ଟିକେଟ୍ ସୋଲ୍ଡ ଆଉଟ୍ ବା ବିକ୍ରି ହୋଇଥିବା ଦେଖିବାକୁ ମିଳିଥିଲା । ଫଳରେ ନିରାଶ ହୋଇଥିଲେ ହଜାର ହଜାର କ୍ରିକେଟ୍ ପ୍ରେମୀ।
ଅଧିକ ପଢନ୍ତୁ: ବାରବାଟୀରେ ଭାରତ ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଚାଲିଛି ଅନଲାଇନରେ ଟିକେଟ୍ ବିକ୍ରି; ଅଧଘଣ୍ଟାରେ ବିକ୍ରି ହେଲା ଅଧା ଟିକେଟ୍
ଏବେ ଅଫଲାଇନ ଟିକେଟ୍ କିଣିବାକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରୀଡ଼ାପ୍ରେମୀ। ଦୀର୍ଘ ୬ ବର୍ଷ ପରେ ବାରବାଟୀକୁ ଫେରିଛି ୱାନଡେ ମ୍ୟାଚ। ୨୦୨୨ରେ ଯଦିଓ ଫଟାଫଟ କ୍ରିକେଟ ଖେଳାଯାଇଥିଲା, କିନ୍ତୁ ୫୦ ଓଭର ମ୍ୟାଚର ମଜା କିଛି ଅଲଗା। ବଡ଼ କଥା ହେଉଛି, ଏଥର ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ଷ୍ଟାର ଖେଳାଳି ବାରବାଟୀରେ ଖେଳିବେ। ଏହି ଦୁଇ ତାରକାଙ୍କୁ ଦେଖିବା ପାଇଁ ଅଧିକ ସଂଖ୍ୟାରେ ଫ୍ୟାନ ଷ୍ଟାଡିୟମ ଆସିବେ।
ଜାଣନ୍ତୁ କେତେ ରହିଛି ଟିକେଟ୍ ମୂଲ୍ୟ...
- ଗ୍ୟାଲେରୀ ୨- ୯୦୦ ଟଙ୍କା
- ଗ୍ୟାଲେରୀ ୪- ୯୦୦ ଟଙ୍କା
- ଗ୍ୟାଲେରୀ ୭- ୭୦୦ ଟଙ୍କା
- ସ୍ୱତନ୍ତ୍ର ଏନକ୍ଲୋଜର – ୬ ହଜାର ଟଙ୍କା
- ଏସି ଗ୍ୟାଲେରୀ ବକ୍ସ – ୮ ହଜାର ଟଙ୍କା
- ନୂତନ ପାଭିଲିୟନ୍ – ୧୦ ହଜାର ଟଙ୍କା