ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ଓଏଏସ୍ ଅଧିକାରୀ ଅଶୋକ କୁମାର ବେହେରା ଜଳ ସମ୍ପଦ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ସେ ବର୍ତ୍ତମାନ ଏକ୍ସପୋର୍ଟ୍, ପ୍ରମୋସନ୍ ଓ ମାର୍କେଟିଂ ବିଭାଗର ନିର୍ଦ୍ଦେଶ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ଓଏଏସ୍ ଅଧିକାରୀ ଶ୍ରୀଧର ନାୟକ ଏଫ୍ ଏସ୍ ଓ ଶିଶୁ ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ସେ ବର୍ତ୍ତମାନ ରାଜ୍ୟ ସୂଚନା ଆୟୋଗର ସଚିବଭାବେ କାର୍ଯ୍ୟ କରୁଛନ୍ତି । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି ।