କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ୨୭ ଟିକିଆ ହାତୀପଲଙ୍କ ଆତଙ୍କ ଖେଳିବାରେ ଲାଗିଛି । ଭୟଭୀତରେ ଦିନ କାଟୁଛନ୍ତି ୫୦ ରୁ ଉର୍ଦ୍ଧ୍ବ ଗାଁର ବାସିନ୍ଦା । ଫସଲ ନଷ୍ଟ କରିବା ସହ ଧନଜୀବନ ନଷ୍ଟ କରୁଛନ୍ତି ହାତୀପଲ । ବିଳମ୍ବିତ ରାତ୍ରରେ କରଞ୍ଜିଆ ରେଞ୍ଜ ବିଭିନ୍ନ ସ୍ଥାନରେ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଥିବା ସୂଚନା ମିଳିଛି । ମହୁଳିଆଶୁଲି ଜଙ୍ଗଲରେ ୧୦ ଓ ମୁକୁନା ରେ ୧୭ ଟି ହାତୀପଲ ଆତଙ୍କ ସୃଷ୍ଟି କରିଥିବା ସୂଚନା ମିଳିଛି ।
ଜଙ୍ଗଲ ନିକଟବର୍ତୀ ଅଞ୍ଚଳରେ ହାତୀପଲ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇ ଲୋକଙ୍କ କ୍ଷତି କରୁଛନ୍ତି । ହାତୀ ଆକ୍ରମଣରେ କେତେ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଏନେଇ ବନବିଭାଗ କର୍ମଚାରୀ ସଜାଗ ହେଲେ ମଧ୍ୟ ସେମାନେ ହାତୀ ଆକ୍ରମଣର ଶିକାର ହେଉଛନ୍ତି । ଖାଦ୍ୟ ସନ୍ଧାନରେ ହାତୀ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି । ଫଳରେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।