ଭୁବନେଶ୍ୱର : ବୁଧବାର ଅକ୍ଷୟ ତୃତୀୟାରେ ଶସ୍ତା ହେଲା ସୁନା ଦର । କିଛି ଦିନ ହେବ ଦର ବଢ଼ି ବଢ଼ି ଚାଲିବା ପରେ ଆଜି ସାମାନ୍ୟ କମିଛି । ଅକ୍ଷୟ ତୃତୀୟାରେ ସୁନା କିଣିବା ଶୁଭ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ତେଣୁ ଆଜିର ଦିନରେ ସୁନା ଦୋକାନରେ ପ୍ରବଳ ଭିଡ଼ ମଧ୍ୟ ପରିଲକ୍ଷିତ ହୁଏ । ଚଳିତବର୍ଷ ସୁନା ଦରରେ ଅହେତୁକ ବୃଦ୍ଧି ହୋଇଥିବାରୁ ଗ୍ରାହକ ସୁନା କିଣିବାକୁ ଅମଙ୍ଗ ଥିବା ଦେଖାଯାଇଥିଲା ହେଲେ ଆଜି ସୁନା ଦର କମିବା ଏବେ ଗ୍ରାହକଙ୍କୁ ସୁହାଇବ ।
ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ରହିଛି ୯୭.୯୧୦ ଟଙ୍କା । ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୮୯, ୭୫୦ ଟଙ୍କା ରହିଛି । ଏବଂ ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୭୩, ୪୪୦ ଟଙ୍କା ।
ଗତକାଲି ଠାରୁ ଆଜି ଅକ୍ଷୟ ତୃତୀୟାରେ ଅର୍ଥାତ୍ ବୁଧବାର ସୁନା ଦର ସାମାନ୍ୟ କମିଛି । ଗତକାଲି ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୭,୯୭୦ ଟଙ୍କା ଥିଲା ବେଳେ ଏହା ଆଜି ୬୦ ଟଙ୍କା ହ୍ରାସ ପାଇ ୯୭,୯୧୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ଗତକାଲି ୮୯, ୮୦୦ ଥିଲାବେଳେ ଏଥିରେ ୫୦ ଟଙ୍କା ହ୍ରାସ ପାଇ ୮୯,୭୫୦ ଟଙ୍କା ରହିଛି । ସେହିପରି୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୭୩,୪୪୦ ଟଙ୍କା ରହିଛି। ଗତକାଲି ଏହା ୭୩,୪୮୦ ଟଙ୍କା ଥିଲା। ଏଥିରେ ୪୦ ଟଙ୍କା ହ୍ରାସ ହୋଇଛି। ସେହିପରି ରୁପା ଦାମ୍ ମଧ୍ୟ କମ୍ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୦୦୦ ରହିଛି । ଗତକାଲି ଏହା ୧୧,୧୦୦ ରହିଛି ।
ତେବେ ସୁନାର ଉତ୍ପାଦ ଶୁଳ୍କ, ରାଜ୍ୟ ଟିକସ ଏବଂ ମେକିଂ ଚାର୍ଜ ଯୋଗୁ ସୁନା ଅଳଙ୍କାରର ମୂଲ୍ୟ ସାରା ଦେଶରେ ଭିନ୍ନ ହୋଇଥାଏ। କ୍ୟାରେଟ ଅନୁସାରେ ସୁନା ଅଳଙ୍କାରରେ ହଲ ମାର୍କ ଚିହ୍ନିତ ହୋଇଥାଏ । ୨୪ କ୍ୟାରେଟରେ ୯୯୯ ଲେଖାଯାଇଥାଏ, ୨୩ କ୍ୟାରେଟରେ ୯୫୮ ଏବଂ ୨୨ କ୍ୟାରେଟରେ ୯୧୬, ୨୧ କ୍ୟାରେଟରେ ୮୭୫ ଏବଂ ୧୮ କ୍ୟାରେଟରେ ୭୫୦ ଲେଖା ଯାଇଥାଏ ।