ଢାକା: ବାଂଲାଦେଶରେ ଗିରଫ ହୋଇଥିବା ହିନ୍ଦୁ ସନ୍ଥ ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣା ଦାସ ପ୍ରଭୁଙ୍କୁ ଆଶ୍ୱସ୍ତି ମିଳିଛି । ରାଜଦ୍ରୋହ ମାମଲାରେ ଚିନ୍ମୟ ଦାସଙ୍କୁ ଜାମିନ ପ୍ରଦାନ କରାଯାଇଛି ।
ଚିନ୍ମୟଙ୍କ ବିରୁଦ୍ଧରେ ଦେଶଦ୍ରୋହର ଗମ୍ଭୀର ଅଭିଯୋଗ ରହିଛି । ତାଙ୍କ ଉପରେ ବାଂଲାଦେଶର ଜାତୀୟ ପତାକାକୁ ଅପମାନ କରିବାର ଅଭିଯୋଗ ଅଛି । ଚିନ୍ମୟ କୃଷ୍ଣା ଦାସଙ୍କୁ ବିଦେଶ ଯାତ୍ରା କରିବାକୁ ଅନୁମତି ଦିଆଯାଉ ନ ଥିଲା । ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସାକୁ ସେ ଲଗାତର ବିରୋଧ କରି ଆସୁଥିଲେ । ଯେଉଁଥିପାଇଁ ଢାକା ପୁଲିସ ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରିଥିଲା । ଗତ ନଭେମ୍ବର ମାସରେ ଚିନ୍ମୟ ଦାସଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଶେଷରେ ଦୀର୍ଘ ୬ ମାସ ପରେ ସେ ଜେଲରୁ ମୁକୁଳିବେ ।