ଭୁବନେଶ୍ୱର: ଯଦି ବିଶ୍ୱର ସବୁଠାରୁ ଲୋକପ୍ରିୟ ଅଭିନେତା, ଯଦି ବିଶ୍ୱର ସବୁଠାରୁ ଲୋକପ୍ରିୟ ସୁପରହିରୋ ୟୁନିଭର୍ସରେ ଯୋଗ ଦିଅନ୍ତି, ତେବେ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍ କେତେଗୁଣା ବୃଦ୍ଧି ପାଇବ? କ'ଣ ଆପଣ ଅନୁମାନ ଲଗାଇ ପାରୁଛନ୍ତି ? ତେବେ ଏହା ଘଟିପାରେ । ଶାହରୁଖ ଖାନ୍, ମାର୍ବଲ ଷ୍ଟୁଡିଓ ସହିତ ଆଗାମୀ ସିନେମାରେ ଏକ ରୋଲ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ କଥାବାର୍ତ୍ତା ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ଆସୁଛି ।
ସାରା ବିଶ୍ୱରେ ମାର୍ବଲ ସିନେମାଟିକ ୟୁନିଭର୍ସର ଅଜସ୍ର ଲୋକପ୍ରିୟତା ରହିଛି । ଏବେ ଏହି ସିନେମାଟିକ ୟୁନିଭର୍ସରେ କିଙ୍ଗ୍ ଖାନ୍ ଙ୍କ ଆଗମନକୁ ନେଇ ବେଶ ଜୋରରେ ଚର୍ଚ୍ଚା ଧରିଛି । ମାର୍ବଲ ସିନେମାଟିକ ୟୁନିଭର୍ସ ବା ଏମ୍ସିୟୁର ଭବିଷ୍ୟତ ଫିଲ୍ମରେ ଶାହରୁଖଙ୍କ ସାମିଲ ହେବା ନେଇ ଆଲୋଚନା ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଜଣାପଡିଛି । ଆନ୍ଥୋନୀ ମାଇକି ଓ ଅନ୍ୟାୟ ମାର୍ବଲର ଅଭିନେତାଙ୍କ ମୁହଁରୁ ଶାହରୁଖଙ୍କ ପ୍ରଶଂସା ଓ ତାଙ୍କ ଷ୍ଟାରଡ଼ମ୍ ର ଚର୍ଚ୍ଚା ଶୁଣିବା ପରେ ଏହାର ଆକଳନ କରାଯାଉଛି ।
ଜଣାଶୁଣା ଟ୍ୱିଟର ହ୍ୟାଣ୍ଡେଲ ମାର୍ବଲ ଲିକ୍ସ ଶାହରୁଖଙ୍କ ଫୋଟୋ ଉପଲୋଡ଼ କରିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା । ତେବେ ଶାହରୁଖ ଆଭେଞ୍ଜର୍ସ ଡୁମ୍ସ ଡ଼େ ରେ କୌଣସି ଚରିତ୍ରରେ ଦେଖା ଦେବେ ନାହିଁ ବୋଲି ସ୍ପଷ୍ଟ କରିଛି ମାର୍ବଲ ଲିକ୍ସ ।