ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ଗୁରପତବନ୍ତ ସିଂ ପନ୍ନୁଙ୍କୁ ସର୍ବଦା ସୁରକ୍ଷା ଦେଇ ଆସୁଥିବା ଜଗମୀତ ସିଂ କାନାଡାର ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ଭୋଗିଛନ୍ତି। କାନାଡାର ଖାଲିସ୍ତାନ ସମର୍ଥକ ନେତାଙ୍କ ଏହି ପରାଜୟରେ ବିଚ୍ଛିନ୍ନତାବାଦୀ ଏଜେଣ୍ଡାକୁ ଜୋରଦାର ଝଟକା ଲାଗିଛି । ସୋମବାର ନିଜର ପରାଜୟ ସ୍ୱୀକାର କରି ଜଗମୀତ ସିଂ ନିଜର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । କେବଳ ଏତିକି ନୁହେଁ ତାଙ୍କର ନ୍ୟୁ ଡେମୋକ୍ରାଟିକ ପାର୍ଟିର ଶୋଚନୀୟ ପରାଜୟ ହୋଇଛି । ଫଳରେ ଏହି ଦଳ ଜାତୀୟ ପାର୍ଟିର ମାନ୍ୟତା ହରାଇପାରେ । କାନାଡାରେ କୌଣସି ଦଳକୁ ଜାତୀୟ ଦଳର ମାନ୍ୟତା ପାଇବାକୁ ହେଲେ ଅତି କମରେ ୧୨ ସିଟ୍ ଜିତିବା ଜରୁରୀ ।
ଜଗମୀତ ସିଂ କହିଛନ୍ତି, ଏହି ପରାଜୟରେ ମୁଁ ବହୁତ ନିରାଶ । ଆମେ ଅଧିକ ସିଟ୍ ଜିତି ପାରୁଥାନ୍ତୁ । ର୍ତ୍ ନିଜର ଆନ୍ଦୋଳନକୁ ନେଇ ନିରାଶ ନୁହେଁ । ମୋତେ ଭରସା ଯେ, ଭବିଷ୍ୟତରେ ଆମ ଦଳ ଭଲ ପ୍ରଦର୍ଶନ କରିବ । ଉଲ୍ଲେଖନୀୟ ଜଗମୀତ ସିଂ ନିଜର ସଂସଦୀୟ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ଦଳର ଜନାଧାର ହ୍ରାସ ପାଇଛି । ତାଙ୍କ ପରାଜୟ ଭାରତକୁ ବଡ ଆଶ୍ୱସ୍ତ ଦେଇଛି ।
ଜଗମୀତ ସିଂଙ୍କ ପରାଜୟ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଲିବରାଲ ପାର୍ଟିକୁ ମଧ୍ୟ ନିର୍ବାଚନରେ ବଡ ପରାଜୟ ଭୋଗିବାକୁ ପଡିଛି । କିନ୍ତୁ ଲିବରାଲ ସଂଗଠନର ଦ୍ୱିତୀୟ ଚେହେରା ମାର୍କ କାର୍ଣ୍ଣିଙ୍କ ନେତୃତ୍ୱାଧୀନ ପାର୍ଟିକୁ ଜୋରଦାର ସଫଳତା ମିଳିଛି । ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ, କାନାଡାର କ୍ଷମତା ଏବେ ମାର୍କ କାର୍ଣ୍ଣିଙ୍କ ହାତରେ ରହିବ ଏବଂ ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ନିର୍ବାଚନର ସଫଳତା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାର୍କ କାର୍ଣ୍ଣିଙ୍କୁ ଶୁଭେଚ୍ଛ ଜଣାଇଛନ୍ତି ।