ନୂଆଦିଲ୍ଲୀ: ବିଜେପିର କଡ଼ା ନିନ୍ଦା ପରେ ଶେଷରେ ନିଜର ପୋଷ୍ଟ ହଟାଇଛି କଂଗ୍ରେସ । ପ୍ରଧାନମନ୍ତ୍ରୀଙ୍କ ମୁଣ୍ଡ ବିହୀନ ଫଟୋକୁ ଡିଲିଟ୍ କରାଯାଇଛି ।
କଂଗ୍ରେସର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟର ପୋଷ୍ଟ କରାଯାଇଥିଲା । ଯେଉଁଥିରେ କୁର୍ତ୍ତା ପିନ୍ଧା ଫଟୋ ରହିଛି । କିନ୍ତୁ ସେଥିରେ ମୁଣ୍ଡ ନାହିଁ । ଆଉ ତା ସ୍ଥାନରେ ଲେଖା ଯାଇଥିଲା ‘ଗାଏବ୍’ । ଆଉ ପୋଷ୍ଟରେ ଲେଖାଯାଇଥିଲା ‘ଦାୟିତ୍ୱ ନେବା ସମୟ-ଗାଏବ୍’ । ଯାହାକି ପ୍ରଧାନମନ୍ତ୍ରୀଙ୍କ ଶରୀରକୁ ସ୍ପଷ୍ଟ ଦର୍ଶାଉଛି । ଯାହାକୁ ନେଇ ବିଜେପି ଭର୍ତ୍ସନା କରିଥିଲା । କଂଗ୍ରେସର ଆତଙ୍କବାଦୀ ଏବଂ ପାକିସ୍ତାନ ଚିନ୍ତାଧାରା ବୋଲି ବିଜେପି କହିଥିଲା । ଏମିତିକି ପାକିସ୍ତାନ ପିଆର୍ ଭଳି କଂଗ୍ରେସ କାମ କରୁଛି ବୋଲି ବିଜେପି କହିଥିଲା ।
ଦେଶର ଏଭଳି ଘଡ଼ ସନ୍ଧି ମୁହୂର୍ତ୍ତରେ ଦେଶର ମୁଖିଆଙ୍କ ବିଷୟରେ ପୋଷ୍ଟକୁ ନେଇ କଂଗ୍ରେସକୁ ଅନେକ ସମାଲୋଚନା ଶୀକାର ହେବାକୁ ପଡ଼ିଥିଲା । ଶେଷରେ କଂଗ୍ରେସ ସମ୍ପୃକ୍ତ ପୋଷ୍ଟକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରୁ ହଟାଇ ଦିଆଯାଇଛି ।