ନୂଆଦିଲ୍ଲୀ: ଜାତିକୁ ନେଇ ରାଜନୀତି କରୁଥିବା ସମାଜବାଦୀ ପାର୍ଟିକୁ କଡ଼ା ଟାର୍ଗେଟ୍ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯେଉଁମାନେ ଜାତିକୁ ନେଇ ରାଜନୀତି କରୁଛନ୍ତି , ସେହିମାନେ କ୍ଷମତାକୁ ଆସିଲେ ତୁଷ୍ଟିକରଣ ନୀତିରେ ସୀମା ଅତିକ୍ରମ କରନ୍ତି ବୋଲି କହିଛନ୍ତି ଯୋଗୀ ।
ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ଦେଓରିଆ ଗସ୍ତ କରିଥିଲେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ଜାତି ପ୍ରସଙ୍ଗରେ ସପାକୁ ଧୋଇ ଦେଇଛନ୍ତି । ଏହି ଲୋକମାନେ ଜାତି ବିଷୟରେ କଥା ହୁଅନ୍ତି, କିନ୍ତୁ କ୍ଷମତାକୁ ଆସିଲେ ସେମାନେ ତୁଷ୍ଟୀକରଣ ନୀତିର ସୀମା ଅତିକ୍ରମ କରନ୍ତି ଏବଂ କେବଳ ନିଜ ପରିବାରର ସ୍ୱାର୍ଥ ବିଷୟରେ କଥା ହୁଅନ୍ତି । ପହଲଗାମ ଆକ୍ରମଣରେ ସମାଜବାଦୀ ପାର୍ଟିର ନେତାମାନେ କି ପ୍ରକାରର ବୟାନ ଦେଉଛନ୍ତି। ବେଳେବେଲେ ଏହା ଜାଣିବା କଷ୍ଟକର ହୋଇପଡୁଛି ଯେ ଏହା ସମାଜବାଦୀ ପାର୍ଟିର ନେତା ବୟାନ ଦେଉଛନ୍ତି ନାଁ ପାକିସ୍ତାନର ମୁଖପାତ୍ର । କାନପୁରର ଜଣେ ଯୁବକ ଶୁଭମ ଦ୍ୱିବେଦୀ ତାଙ୍କ ପରିବାର ସହିତ ପହଲଗାମ ଯାଇଥିଲେ। ଆତଙ୍କବାଦୀମାନେ ଶୁଭମ ଦ୍ୱିବେଦୀଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ । ଯେତେବେଳେ ସାମ୍ବାଦିକମାନେ ଏସପି ଅଧ୍ୟକ୍ଷ (ଅଖିଳେଶ ଯାଦବ)ଙ୍କୁ ପଚାରିଲେ ଯେ ଆପଣ କାନପୁରରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ଘରକୁ ଯିବେ କି ? ସେତେବେଳେ ସେ (ଏସପି ଅଧ୍ୟକ୍ଷ) କହିଥିଲେ ଯେ ସେ ଆମ ଦଳର ନୁହଁନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଲଜ୍ଜାଜନକ ବୟାନ ବୋଲି କହିଛନ୍ତି ଯୋଗୀ ।
ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି କହିଛନ୍ତି ଯେ ଦେଶକୁ ଏହାର ନାଗରିକମାନଙ୍କ ପ୍ରତି ସହାନୁଭୂତି ରଖିବା ଉଚିତ । ସମଗ୍ର ଦେଶ ଦଳୀୟ ସୀମାରୁ ଉର୍ଦ୍ଧ୍ୱକୁ ଉଠି ଏକ ସ୍ୱରରେ ଏହି ଘଟଣାର ନିନ୍ଦା କରୁଛି ଏବଂ ସମାଜବାଦୀ ପାର୍ଟିର ଲୋକମାନେ ଏପରି ଦୁର୍ଭାଗ୍ୟଜନକ ବୟାନ ଦେଉଛନ୍ତି । ଏସପିର ଜଣେ ଜାତୀୟ ସାଧାରଣ ସମ୍ପାଦକ ପହଲଗାମ ଘଟଣା ସମ୍ପର୍କରେ ଏକ ବୟାନ ଦେଉଛନ୍ତି ଯେ ଜଣେ ହିନ୍ଦୁ ଜଣେ ହିନ୍ଦୁଙ୍କୁ ହତ୍ୟା କରିଛନ୍ତି । ଅର୍ଥାତ୍ ଏଠାରେ ପାକିସ୍ତାନକୁ କ୍ଲିନ୍ ଚିଟ୍ ଦେବାର ଏକ ଘୃଣ୍ୟ ପ୍ରୟାସ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ସେମାନଙ୍କର ଜଣେ ସାଂସଦ ଏହାଠାରୁ ମଧ୍ୟ ନିମ୍ନ ସ୍ତରର ବୟାନ ଦେଉଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଯେତେବେଳେ ବିଭାଜନ ଏବଂ ଜାତିବାଦର ରାଜନୀତି ହେବ, ତୁଷ୍ଟୀକରଣର ସୀମା ଅତିକ୍ରମ କରିବ । ଆଜି ସମାଜବାଦୀ ପାର୍ଟି ଏବଂ କଂଗ୍ରେସର କିଛି ନେତାଙ୍କ ପରି ଆପଣଙ୍କ ସୁରକ୍ଷା ସହିତ ଖେଳିବାକୁ ଚେଷ୍ଟା କରିବେ। ୧୪୦ କୋଟି ଲୋକଙ୍କୁ ଏକାଠି ଆତଙ୍କବାଦ ବିରୁଦ୍ଧରେ ଦେଶର ଲଢ଼େଇ ଲଢ଼ିବା ଉଚିତ ବୋଲି ଆହ୍ୱାନ କରିଛନ୍ତି ଯୋଗୀ ।