ନୂଆଦିଲ୍ଲୀ: କ୍ୟାଥୋଲିକ୍ ଧର୍ମଗୁରୁ ହେବାକୁ ମନ ବଳାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କ୍ୟାଥୋଲିକ୍ ଚର୍ଚ୍ଚର ପରବର୍ତ୍ତୀ ହେବା ତାଙ୍କର ପ୍ରଥମ ପସନ୍ଦ ହେବ ବୋଲି କହିଛନ୍ତି ଟମ୍ପ ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯେତେବେଳେ ପଚରାଗଲା ଯେ ଆପଣ ପରବର୍ତ୍ତୀ କ୍ୟାଥୋଲିକ୍ ପୋଣ୍ଟିଫ୍ ହେବାକୁ ଚାହାଁନ୍ତି, ସେ ଉତ୍ତରରେ କହିଛନ୍ତି, "ମୁଁ ପୋପ୍ ହେବାକୁ ଚାହେଁ, ଏହା ମୋର ପ୍ରଥମ ପସନ୍ଦ ହେବ।" ସେ ଆହୁରି କହିଛନ୍ତି, ଆମର ଜଣେ କାର୍ଡିନାଲ୍ ଅଛନ୍ତି ଯିଏ ନ୍ୟୁୟର୍କରୁ ଆସିଛନ୍ତି ଏବଂ ସେ ବହୁତ ଭଲ । ତେଣୁ ଆମେ ଦେଖିବୁ କଣ ହେଉଛି । ତାଙ୍କର ପ୍ରକୃତରେ କୌଣସି ପସନ୍ଦ ନାହିଁ ବୋଲି କହିଛନ୍ତି ଟ୍ରମ୍ପ ।
ଟ୍ରମ୍ପଙ୍କ ପାଇଁ ଏହା ସହଜ ନୁହେଁ । ଟ୍ରମ୍ପଙ୍କୁ ପରବର୍ତ୍ତୀ କ୍ୟାଥୋଲିକ୍ ପୋଣ୍ଟିଫ୍ ଭାବରେ ମନୋନୀତ କରାଯିବାର ସମ୍ଭାବନା କ୍ଷୀଣ । କାରଣ ସେ ତିନିଥର ବିବାହ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଚଳିତ ମାସରେ ପୋପ୍ ଫ୍ରାନ୍ସିସ୍ ପ୍ରାଣ ତ୍ୟାଗ କରିଛନ୍ତି । 2000 ବର୍ଷ ପୁରୁଣା ଏହି ପ୍ରତିଷ୍ଠାନ ପାଇଁ ଜଣେ ନୂତନ ଧର୍ମଗୁରୁ ଖୋଜା ଚାଲିଛି । କିଏ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ବସିବେ ସେଥିପାଇଁ ବିଚାର ଚାଲିଛି । ନ୍ୟୁୟର୍କର ଟିମୋଥି ଡୋଲାନ୍, ଫ୍ରାନ୍ସିସ୍ ଙ୍କ ଉତ୍ତରାଧିକାରୀ ହେବାର ତାଲିକାରେ ନାହାଁନ୍ତି । ରଏଟର୍ସର ନ୍ୟୁ ଜର୍ସିର ନ୍ୟୁଆର୍କର ଆର୍ଚବିଶପ କାର୍ଡିନାଲ୍ ଜୋସେଫ୍ ଟୋବିନ୍ ଏହି ତାଲିକାରେ ଅଛନ୍ତି ।