ବରଗଡ଼: ବଜ୍ରାଘାତ ସାଜିଲା କାଳ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲାଖମରା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବଜ୍ରାଘାତରେ ଗୋଟିଏ ପରିବାରର ୩ ଜଣଙ୍କର ଜୀବନ ଚାଲିଯାଇଛି ।
ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲାଖମରା ଗାଁରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ବଜ୍ରାଘାତରେ ଗୋଟେ ପରିବାରର ସ୍ବାମୀ,ସ୍ତ୍ରୀ ଓ ପୁତୁରାଙ୍କ ମୃତ୍ୟୁ ହୋଇଛି । ଲାଖମରା ଗାଁର ମମତା ମେହେର, ଆଶିଷ ମେହେର ଓ ପୁତୁରା ଚାଷ କାମ ପାଇଁ ବିଲକୁ ଯାଇଥିଲେ । ଏହି ସମୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ବର୍ଷା ସହ ବଜ୍ରପାତ ସମୟରେ ସେମାନେ ବିଲରେ ଥିବା ଚାଳ ଘରେ ରହିଥିଲେ । ବଜ୍ରପାତ ଉକ୍ତ ଘର ଉପରେ ପଡିଥିଲା । ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।