ନୂଆଦିଲ୍ଲୀ: ଆଉ ଗୋଟିଏ ଦିନର ବ୍ୟବଧାନ ପରେ ନିଜର ମତ ସାବ୍ୟସ୍ତ କରିବ ଜାତୀୟ ରାଜଧାନୀ ଦିଲ୍ଲୀ ବାସିନ୍ଦା । ଆଜି ହେଉଛି ଦିଲ୍ଲୀ ନିର୍ବାଚନୀ ପ୍ରଚାରର ଅନ୍ତିମ ଦିନ । ଶେଷ ଦିନରେ ସମସ୍ତ ଦଳ ବିଜେପି, ଆମ ଆଦମୀ ପାର୍ଟୀ ଏବଂ କଂଗ୍ରେସ ପ୍ରାଣ ମୂର୍ଚ୍ଛା ପ୍ରଚାର କରୁଛନ୍ତି । ଦିଲ୍ଲୀରେ ଚଳିତ ବର୍ଷ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ । ସମସ୍ତ ଦଳ ନିଜର ସମସ୍ତ ଷ୍ଟାର୍ ପ୍ରଚାରକଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ସନ୍ଧ୍ୟା 5ଟା ସବୁକିଛି ନିରବି ଯିବ । ସେଥିପାଇଁ ପ୍ରତିଯୋଗୀମାନେ ଘରକୁ ଘରକୁ ବୁଲି ଭୋଟ ମାଗୁଛନ୍ତି ।
ଚଳିତ ନିର୍ବାଚନରେ ୬୯୯ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ଆସନ୍ତା ୫ ତାରିଖରେ ୭୦ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ମୋଟ ୧୩ ହଜାର ୭୬୬ ମତଦାନ କେନ୍ଦ୍ରରେ ମତଦାନ ହେବ । ମୋଟ ୧ କୋଟି ୫୫ ଲକ୍ଷ ଭୋଟର ସରକାର ବାଛିବେ । ଏଥିରେ ୮୩ଲକ୍ଷରୁ ଅଧିକ ପୁରୁଷ ଭୋଟର ଅଛନ୍ତି । ଆସନ୍ତା 8 ତାରିଖରେ ମତ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ ।
ନିର୍ବାଚନ ପ୍ରକ୍ରିୟା ପାଇଁ ୧ ଲକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ ହେବେ । ସେହିପରି ୩୫ ହଜାର ଯବାନ, ୧୯ ହଜାର ହୋମଗାର୍ଡ ଓ ୨୨୦ କେନ୍ଦ୍ରୀୟ ସୁରକ୍ଷା ବଳ କମ୍ପାନୀ ସରୁକ୍ଷା ବ୍ୟବସ୍ଥାରେ ନିଯୋଜିତ ହେବେ ।