ମାର୍କ ରେଟିଂ ପାଇଁ ଲାଞ୍ଚ ମାମଲା । ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସିବିଆଇ ପକ୍ଷରୁ ଚଢାଉ ଜାରି ରହିଛି । ଏହି ଚଢଉ ସମୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ । ଚଢଉ ସମୟରେ ୩୭ ଲକ୍ଷ ନଗଦ ଟଙ୍କା, ୬ଟି ଲ୍ୟାପଟପ୍. ଆଇଫୋନ ଜବତ କରାଯାଇଛି । ଶିକ୍ଷାନୁଷ୍ଠାନର ଅଧିକାରୀ ଓ ନାକ୍ ଟିମ୍ ସଦସ୍ୟଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଓଡ଼ିଶା ସମତେ ଚେହ୍ନାଇ, ବେଙ୍ଗାଲୁରୁ, ବିଜୟୱାଡା, ସମ୍ବଲପୁର, ଭୋପାଳ, ଦିଲ୍ଲୀ, ଆଦି ଅଞ୍ଚଳରେ ଚଢାଉ ଜାରି ରହିଛି । ଏହି ଗିରଫ ତାଲିକାରେ ନାକ୍ ଟିମ୍ ସଦସ୍ୟ ମଧ୍ୟ ରହିଛନ୍ତି।
ସୂଚନା ମୁତାବିକ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଏକ ୱାଦେଶ୍ୱରମ୍ ନାମକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ସେହି ଅଭିଯୋଗ ଆଧାରରେ ଗତକାଲି ଦେଶର ୧୦ଟି ବିଶ୍ୱ ବିଦ୍ୟାଳୟରେ ଛାନ୍ ଭିନ୍ କରିଥିଲେ ସିବିଆଇ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ ପ୍ରଫେସର ରହିଛନ୍ତି । ତାଙ୍କର ପରିଚୟ ବୁଲୁ ମହାରଣା ବୋଲି ଜଣାପଡିଛି । ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ହେଲେ ଜିପି ସାରଥୀ ଶର୍ମା, ରାଜା ହରିନ, ଏ ରାମକୃଷ୍ଣ, ସମରେନ୍ଦ୍ର ନାଥ ସାହା ଏବଂ ଗାୟତ୍ରୀ ଦେବରାଜ । ଜ୍ୟୋତି ବିହାରରେ ଥିବା ସମ୍ପୃକ୍ତ ପ୍ରଫେସରଙ୍କ ବାସଭବନ ସିଲ କରାଯିବା ସହ କାର୍ୟ୍ୟାଳୟରେ ମଧ୍ୟ ସିବିଆଇ ପକ୍ଷରୁ ଚଢ଼ଉ ହୋଇଛି । ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ଆଧାରରେ ଗତକାଲି ଦେଶର ୧୦ଟି ବିଶ୍ୱ ବିଦ୍ୟାଳୟରେ ଛାନ୍ଭିନ୍ କରିଥିଲେ ସିବିଆଇ ।