ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ର ଆହ୍ୱାନ କ୍ରମେ ସୋମବାର ଦିନ ଠାରୁ ଅନିର୍ଦ୍ଦିଷ୍ଟ କାଳ ପଯ୍ୟନ୍ତ ଆନ୍ଦୋଳନ କୁ ଓଲ୍ହାଇଛନ୍ତି ରାଜସ୍ୱ ନିରୀକ୍ଷକ ଓ ପରିଦର୍ଶକ କର୍ମୀ। ରାଜ୍ୟରେ ବିଭିନ୍ନ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୬ଦଫା ଦାବି ନେଇ ସାମୂହିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅନ୍ତର୍ଗତ ସମସ୍ତ ରାଜସ୍ୱ ନିରୀକ୍ଷକ ଓ ପରିଦର୍ଶକ ମାନେ ଆନ୍ଦୋଳନରେ ବସିଥିବା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀଙ୍କ ଏହି ଆନ୍ଦୋଳନ ପାଇଁ ରାଜ୍ୟ ସରକାରଙ୍କ ରାଜନୈତିକ ଅଙ୍କ ବିଗିଡି ଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।
ଛଅ ଦଫା ଦାବି ନେଇ ରାଜ୍ୟବ୍ୟାପୀ ରାଜସ୍ୱ ନିରୀକ୍ଷକ ସଂଘ କଲମ ଛାଡ ଆନ୍ଦୋଳନରେ ବସିଥିବା ବେଳେ ଯାଜପୁର ଜିଲ୍ଲା ଦର୍ପଣ ତହସିଲ କାର୍ଯ୍ୟାଳୟର ସମ୍ମୁଖରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଛି। ସେମାନଙ୍କ ୬ ଦଫା ଦାବି ଗୁଡିକ ହେଲା ୧- ODRS ନିୟମ ୧୯୮୩ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ODRS କ୍ୟାଡର ପୂର୍ଣ୍ଣ ସଂରକ୍ଷଣ, ୨- ବୋର୍ଡ ଅଫ ରେଭିନ୍ୟୁ, କଟକ ଦ୍ୱାରା ଜବ ଚାର୍ଟ କାର୍ଯ୍ୟକାରୀ କରିବା, ୩- ଓଆରଏସ ରେ ପଦୋନ୍ନତି ପାଇଁ ଅନ୍ୟୁତମ ସିସିଆର ମାନଦଣ୍ଡ ବିଲୋପ କରିବା, ୪- ତାରିଖ ୦୧/୦୧/୨୦୦୬ ଠାରୁ ଆରଏସ, ଆରଆଇ, ଓ ଏଆରଆଇ ମାନଙ୍କ ବର୍ଦ୍ଧିତ ସ୍କେଲରେ ଦରମା ଧାର୍ଯ୍ୟ, ୫- ଆଉଟସୋରସିଂ ମାଧ୍ୟମରେ ରାଜସ୍ୱ ନିରୀକ୍ଷକ ମଣ୍ଡଳୀ ପାଇଁ ଗୃପ ଡି ପୋଷ୍ଟ ପୂରଣ କରିବା, ୬- କୃଷକ ତଥ୍ୟ ଯାଞ୍ଚ, ସିସିଇ ପ୍ରଭୃତି କୃଷି ବିଭାଗକୁ ସ୍ଥାନାନ୍ତର କରିବା ଇତ୍ୟାଦି।
ଓଡ଼ିଶା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ରାଜ୍ୟ ସଙ୍ଗଠନର ନିଷ୍ପତ୍ତି କ୍ରମେ ସମଗ୍ର ରାଜ୍ୟରେ ଫେବୃୟାରୀ ୧୯ ତାରିଖରୁ ଦାବି ହାସଲ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରାଯାଇଛି।ଏହି ଦାବି ଗୁଡିକ ସରକାର ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ରାଜସ୍ୱ ନିରୀକ୍ଷକ ସଂଘ। ତେବେ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ବିଭିନ୍ନ କାର୍ଯ୍ୟ ନେଇ ହଇରାଣ ହରକତ ହେଉଥିବା ଦେଖା ଦେଇଛି।ସାଧାରଣ ଭାବେ ସାର୍ଟିଫିକେଟ, ଜମି ଚିହ୍ନଟ, ମଣ୍ଡି କାମ ,ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ଇତ୍ୟାଦି କାମ ପାଇଁ ବ୍ୟାଘାତ ଦେଖା ଦେଇଥିବା ଜଣାପଡିଛି।
ଅଧିକ ପଢନ୍ତୁ: ସମ୍ବଲପୁରରେ ଉଦ୍ଘାଟିତ ହେଲା ଭାରତର ପ୍ରଥମ ସ୍କିଲ ଇଣ୍ଡିଆ ସେଣ୍ଟର