ଏଥର ଦଶହରାରେ ଭିଜିବ ଓଡିଶା । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ନବମୀ ଓ ଦଶମୀରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ୨୧ ତାରିଖ ସକାଳେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପରେ ଏହା ଘନୀଭୂତ ହୋଇ ୨୩ ତାରିଖ ବେଳକୁ ଡିପ୍ରେସନରେ ପରିଣତ ହେବ । ଏହାର ସମ୍ଭାବ୍ୟ ଗତିପଥକୁ ନେଇ କୌଣସି ସ୍ପଷ୍ଟତା ମିଳିପାରିନାହିଁ ।
ପ୍ରତିବର୍ଷ ରାଜ୍ୟରେ ଦଶହରାରେ ଛୋଟମୋଟ ବାତ୍ୟା ଆସିଥାଏ ଯାହା ଫଳରେ ବର୍ଷାରେ ଭିଜିଥାନ୍ତି ମାଆ । ଚଳିତ ବର୍ଷା ମଧ୍ୟ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଯାହା ୨୩ ତାରିଖ ବେଳକୁ ଡିପ୍ରେସନରେ ପରିଣତ ହେବ । କିନ୍ତୁ ଏହାପରେ ଏହା ବାତ୍ୟାର ପରିଣତ ହେବ ନା ନାହିଁ ସେ ନେଇ କୌଣସି ଆକଳନ କରାଯାଇନାହିଁ । ୨୪ରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାର ପରିମାଣ ବଢି ୨୫ ତାରିଖ ଆଡକୁ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରୁଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ଦେଶରୁ ଅପସାରଣ ହୋଇଛି ।
ଅଧିକ ପଢନ୍ତୁ : ଆଜି ସମସ୍ତ ଶକ୍ତିପୀଠରେ କୁଷ୍ମାଣ୍ଡା ବେଶରେ ପୂଜା ପାଇବେ ମା