ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା । ଏହା ପୂର୍ବରୁ ଆଜିଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜିଠାରୁ ପରୀକ୍ଷା ହବକୁ ଯିବ ପ୍ରଶ୍ନ ପତ୍ର । ଭୁବନେଶ୍ୱରସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ୱତନ୍ତ୍ର ବସରେ ପ୍ରଶ୍ନ ପତ୍ର ହବଗୁଡ଼ିକୁ ପଠାଯିବ । ଏଥି ପାଇଁ ସଶସ୍ତ୍ର ସୁରକ୍ଷାବାହିନୀଙ୍କୁ ମଧ୍ୟ ମୁତୟନ କରାଯାଇଛି ।
ଅଧିକ ପଢ଼ନ୍ତୁ- ରାମମନ୍ଦିର ମୁଖ୍ୟ ପୂଜକଙ୍କ ଦେହାନ୍ତ; ଅଯୋଧ୍ୟା ଅଭିମୁଖେ ବାହାରିଲା ପାର୍ଥିବ ଶରୀର
ରାଜ୍ୟରେ ୨୦୫ଟି ପରୀକ୍ଷା ପ୍ରଶ୍ନ ପତ୍ର ହବ୍ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ରୁଟରେ ପ୍ରଶ୍ନ ପତ୍ର ପଠାଯିବ । ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଜିଲ୍ଲା ପାଇଁ ୧୦ଟି ବସରେ ପ୍ରଶ୍ନ ପତ୍ର ଯାଉଛି । ସମସ୍ତ ହବରେ ୩ ଦିନ ପର୍ଯ୍ୟନ୍ତ ପ୍ରଶ୍ନ ପତ୍ର ପଠାଯିବାକୁ ଯୋଜନା ରହିଛି । ସମସ୍ତ ହବରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ଦ୍ୱାରା ନଜର ରଖାଯିବ । ଯାହାକୁ ସିଏଚଏସଇ ପରିଚାଳନା କରିବ ।ଫେବୃଆରୀ ୧୮ରୁ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଚଳିତ ବର୍ଷ ଯୁକ୍ତରେ ୨ରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକରେ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୧୨୭୬ଟି ପରୀକ୍ଷା କେନ୍ଦ୍ରରେ ୨୨ଟି ସିଟିଂରେ ପରୀକ୍ଷା ହେବ । ପରୀକ୍ଷା ପାଇଁ ୫ ଥାକିଆ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି ।
ଅଧିକ ପଢ଼ନ୍ତୁ-ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ପୁଅ ହେଲେ ୧୦ ହଜାର ଟଙ୍କା ଓ ଝିଅ ହେଲେ ମିଳିବ ୧୨ ହଜାର ଟଙ୍କା