କଟକ ; କଟକ କାଠଯୋଡି ନଦୀ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନେତାଜୀ ସୁବାସ ଚନ୍ଦ୍ର ନୋଷ ସେତୁ ତଳୁ ଏକ ମୃତଦେହ ଠାବ କରାଯାଇଛି । ମୃତକ ଜଣକ ହେଲେ ପ୍ରତୀକ ଦାଶ । ସେ କେନ୍ଦ୍ରୀୟ ବିଦ୍ୟାଳୟରେ ଯୁକ୍ତ 2 ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ।
ସୂଚନା ଅନୁସାରେ, ପ୍ରତୀକଙ୍କ ବାପା ବେଙ୍ଗାଲୁରୁରେ ଚାକିରି କରୁଥିବାବେଳେ ସେ ମାଆଙ୍କ ସହିତ ନିଳଦ୍ରୀ ବିହାର ଥାନା ଅଞ୍ଚଳରେ ଭଡ଼ାରେ ରହୁଥିଲେ । ସେ କେନ୍ଦ୍ରୀୟ ବିଦ୍ୟାଳୟରେ ଯୁକ୍ତ 2 ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର । ଚଳିତ ବର୍ଷ ସେ ଫାଇନାଲ ପରୀକ୍ଷା ଦେଇଥାଆନ୍ତା । ଗତକାଲି ମାଆଙ୍କ ଠାରୁ ପଇସା ନେଇ ସେଲୁନ୍ ଯିବାକୁ କହି ଘରୁ ବାହାରି ଯାଇଥିଲେ । ମାତ୍ର ଦୀର୍ଘ ସମୟ ଧରି ମାଆ ଖୋଜା ଖୋଜି କରିବା ପରେ ନ ମିଳିବାରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି ସକାଳୁ ତ୍ରିଶୂଳିଆ ବ୍ରିଜ୍ ତଳୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।