ଭୁବନେଶ୍ୱର: କନିଷ୍ଠ ଶିକ୍ଷକଙ୍କ ପାଇଁ ଆସିଲା ଖୁସି ଖବର । ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଜିଠାରୁ ବର୍ଦ୍ଧିତ ଦରମା ଲାଗୁ ହେବା ନେଇ ସୂଚନା ଦିଆଯାଇଛି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କୁ ବର୍ଦ୍ଦିତ ଦରମା ମିଳିବ । ଏଣିକି ମାସିକ ୧୧ ହଜାର ଟଙ୍କା ବଦଳରେ ବର୍ଦ୍ଧିତ ୧୬ ହଜାର ପାଇବେ କନିଷ୍ଠ ଶିକ୍ଷକ । ସମଗ୍ର ଶିକ୍ଷା ସ୍ମିମ୍ ଅନୁସାରେ ବର୍ଦ୍ଧିତ ଦରମା ପାଇବେ ।
ଯୋଗ୍ୟତା ଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କଲେ ମୋହନ ସରକାର । ୫ ହଜାର ଟଙ୍କା ବଢିଲା ଏମାନଙ୍କ ମାସିକ ପାରିଶ୍ରମିକ । ଏଣିକି ମାସିକ ୧୧ ହଜାର ୧୦୦ଟଙ୍କା ବଦଳରେ ବର୍ଦ୍ଧିତ ୧୬ ହଜାର ପାଇବେ କନିଷ୍ଠ ଶିକ୍ଷକ । ସମଗ୍ର ଶିକ୍ଷା ସ୍ମିମ୍ ଅନୁସାରେ ବର୍ଦ୍ଧିତ ଦରମା ପାଇବେ । ବର୍ତ୍ତମାନ କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି ପରେ ଶିକ୍ଷକ ମୁହଁରେ ହସ ଫୁଟିଛି ।