କଟକ; ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା।କଟକ ନରସିଂହପୁର ବ୍ଲକ କାନପୁର ଥାନା ବାଲିଝରୀ ବସଷ୍ଟାଣ୍ଡ ନିକଟରେ ଥିବା ମା ଦକ୍ଷିଣକାଳୀଙ୍କ ମନ୍ଦିରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।
ସୂଚନା ଅନୁସାରେ, ଆଜି ସକାଳେ ମନ୍ଦିରର ମୁଖ୍ୟ ପୂଜକ ତାଲା ଖୋଲି ମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ଦେଖିଥିଲେ କି ମନ୍ଦିରର ତାଲା ଭାଙ୍ଗା ଯାଇଛି ଏବଂ ମାଙ୍କ ଅଳଙ୍କାର ସବୁ ଚୋରି ହୋଇଛି । ଯେଉଁଥିରେ ଅନେକ ମୂଲ୍ୟବାନ ସାମଗ୍ରୀ ରହିଛି । ତେବେ ଚୋରି ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଏନେଇ କାନପୁର ପୋଲିସକୁ ଖବର ଦିଆଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।