ଢେ଼ଙ୍କାନାଳ : କମ୍ପୁଛି ଯୋରନ୍ଦା ମହିମା ଗାଦି। ଅଲେଖ ଧୂନୀରେ କମ୍ପି ଉଠୁଛି ଯୋରନ୍ଦା ମହିମା ପୀଠ। ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ। ତେବେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳାର ଆଜି ଦ୍ୱିତୀୟ ଦିନ। ଯୋରନ୍ଦା ମେଳାରେ ବିଶ୍ଵର ମଙ୍ଗଳ ପାଇଁ ମହଣ ମହଣ ଘୃତରେ ଶୂନ୍ୟ ମନ୍ଦିରରେ ୪ ଦ୍ଵାରରେ ଝାଡ଼ଦିପ ପ୍ରଜ୍ୱଳନ କରାଯାଇଛି। ଏହାସହିତ ୪ ଦ୍ଵାରରେ ଅଗ୍ନି ଧୂନୀରେ ହଜାର ହଜାର ନଡ଼ିଆ ପୋଡ଼ା ଯାଉଛି ।
ମହିମା ଗୋସାଇଁଙ୍କ ଶୁନ୍ୟ ମନ୍ଦିର ପରିସର ହଜାର ହଜାର ସାଧୁସନ୍ଥ ଓ ଲକ୍ଷ ଲକ୍ଷ ମହିମା ଧର୍ମାବଲମ୍ବୀ , ଭକ୍ତ ଓ ପର୍ଯ୍ୟାଟକ ମାନଙ୍କର ସମାଗମ ହୋଇଛି। ଏପରିକି ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସମାଗମ ମଧ୍ୟ ହୋଇଛି । ତେବେ ଲୋକମାନଙ୍କର ସୁରକ୍ଷା ପାଇଁ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।ତେବେ ବ୍ୟବସାୟ ପାଇଁ ଦୋକାନ ବଜାର ଗୁଡ଼ିକ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଖୋଲା ରହିବ। ପ୍ରଶାସନ ପକ୍ଷରୁ ପଲ୍ଲିଶ୍ରୀ ମେଳାର ମଧ୍ୟ ଆୟୋଜନ କରାଯାଇଛି ।