ନୂଆଦିଲ୍ଲୀ: ବ୍ୟକ୍ତିଗତ ସଚିବଙ୍କ କାର୍ଯ୍ୟଶୈଳୀ ଉପରେ ଲାଗିଗଲେ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ । ବ୍ୟକ୍ତିଗତ ସଚିବ ଆଇଏଏସ୍ ପରାଗ ହର୍ଷଦ ଗଭାଲିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ।
କେନ୍ଦ୍ର ମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାଗ ହର୍ଷଦ ଗଭାଲି ଗତ ଜାନୁୟାରୀ ୨୩ ତାରିଖରୁ ଅନଧିକୃତ ଭାବରେ ଛୁଟିରେ ଅଛନ୍ତି । ସେ ଚାକିରିରେ ଅନୁପସ୍ଥିତ ଥିବା ଚିଠିରେ ଦର୍ଶାଇଛନ୍ତି କେନ୍ଦ୍ରମନ୍ତ୍ରୀ । ତେଣୁ ତାଙ୍କୁ ବ୍ୟକ୍ତିଗତ ସଚିବ ପଦରୁ ହଟାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଚାକିରି ନିୟମ ଉଲ୍ଲଂଘନ ଅନୁସାରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ରମନ୍ତ୍ରୀ ଚିଠି ଜରିଆରେ ଦାବି କରିଛନ୍ତି ।