ଭୁବନେଶ୍ୱର : ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଆଜି ବିଧାନସଭାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ । ବଜେଟ ଅଧିବେଶନକୁ ନେଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ବିଧାନସଭା ସୁରକ୍ଷା ଦାୟିତ୍ବରେ ରହିବେ ୩୦ ପ୍ଲାଟୁନ୍ ଫୋର୍ସ।୧୦୦ ଅଫିସର, ସ୍ପେଶାଲ ଟେକ୍ନିକାଲ ୟୁନିଟ୍, ରୁଫ୍ ଟପ୍ ସିକ୍ୟୁରଟି ରହିବେ। ସେହିପରି ବିଧାନସଭା ଆନ୍ଦୋଳନ ସ୍ଥଳରେ ସ୍ବତନ୍ତ୍ର ଫୋର୍ସ ମୁତୟନ ରହିବେ ବୋଲି ଡିଜି ସୂଚନା ଦେଇଛନ୍ତି।
ବିଧାନସଭା ଅଧିବେଶନ ସମୟରେ ଉତ୍ତେଜନା କିମ୍ବା ହଙ୍ଗମା ମଧ୍ୟ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ କଡା ସୁରକ୍ଷା ବଳୟ ପ୍ରସ୍ତୁତି କରିଛି । ବିଧାନସଭା ସୁରକ୍ଷା ସ୍ଥିତି ଯାଞ୍ଚ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଏହି ସମୟରେ ଡିସିପିଙ୍କ ସମେତ ଡିଆଇଜି ଇଣ୍ଟେଲିଜେନ୍ସ ମଧ୍ୟ ଉପସ୍ଥିତ ଥିଲେ । ବଜେଟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ବିଧାନସଭାକୁ ସଂଯୋଗ କରୁଥିବା ରୁଟକୁ ସର୍ବାସାଧାରଣଙ୍କ ପ୍ରବେଶ ଉପରେ ରୋକ ଲଗଯାଇଛି ।