ସୋର : ସ୍ବାମୀ ପାଇଁ ଜୀବନ ହାରିଲା ସ୍ତ୍ରୀ। ସ୍ୱାମୀର ମଦ ପିଇବା ସହିନପାରି ଜୀବନ ହରିବାର ନିଷ୍ପତି ନେଲା। ତେବେ ସୋର ଉତ୍ତରେଶ୍ବର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତକ ହେଉଛନ୍ତି ସଂଜୁଲତା ନାୟକ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ସୋର ଉତ୍ତରେଶ୍ବର ଅଞ୍ଚଳର ସଂଜୁଲତା ନାୟକଙ୍କ ସ୍ୱାମୀ ଅନାଦି ନାୟକ ସବୁବେଳେ ବେଳେ ମଦ ପିଉଥିଲେ। ଏପରିକି ଅନାଦି ଅନେକ ସମୟରେ ମଦ୍ୟପାନ କରି ସଂଜୁଲତାଙ୍କୁ ନିର୍ଯାତନା ଦେଉଥିଲେ। ତେବେ ସଂଜୁଲତା ବାରମ୍ବାର ଅନାଦୀଙ୍କୁ ମଦ୍ୟପାନ କରିବା ପାଇଁ ବାରଣ କରିଥିଲେ। ହେଲେ ଅନାଦି ତାଙ୍କର କଥା ନା ଶୁଣିବାରୁ ସଂଜୁଲତା ବିଷ ପିଇ ଜୀବନ ହାରିଥିଲେ। ଏହାପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହିତ ମୃତ ମହିଳାଙ୍କ ସ୍ବାମୀଙ୍କୁ ମଧ୍ୟ ପଚରାଉଚରା କରୁଛି।